ଆମ ପୋଲିସ ସମିତି ର ବୈଠକ

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ନିମାପଡାଥାନା ପୋଲିସ ପକ୍ଷରୁ ଶୁକ୍ରବାର ଦିନଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା।ନିମାପଡା ଥାନା ଠାରେ ଏସ ଡି ପି ଓ ଦେବାଶିଷ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ I ଉକ୍ତ ବୈଠକରେ ଶିକ୍ଷାବିତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ଚିତ୍ତରଞ୍ଜନ ସେନାପତି, ଆଇନଜୀବୀ ବିଜୟ କୁମାର ପ୍ରଧାନ, ପଦ୍ମ ଚରଣ ସାହୁ, ପ୍ରେମାନନ୍ଦ ସାହୁ ଙ୍କ ସମେତ ବହୁ ଶିକ୍ଷାବିତ, ରାଜନେତା, ବୁଦ୍ଧିଜୀବି, ସାମ୍ୱାଦିକ, ବ୍ୟବସାୟୀ, ସମାଜ ସେବୀ, ସ୍ଵେଛାସେବୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁ ସଂପର୍କ ରହିଲେ ଅଞ୍ଚଳ ରେ ଆଇନଶୃଙ୍ଖଳା ରକ୍ଷା ହେବା ସହିତ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ର-ଣାଧୀନ ରହିପାରିବ ବୋଲି ଆଇ ଆଇ ସି ଶଙ୍କର୍ଷଣ ଦଳାଇ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଏସ ଆଇ ଜୁଝାର ସିଂ, ଇନ୍ଦୁଲତା ମିଶ୍ର, ଏ ଏସ ଆଇ ସବିତା ରାଣୀ ମାର୍ଥା, ଗଙ୍ଗାଧର ସାହୁ ଙ୍କ ସମେତ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ