ଆମ ପୋଲିସ ସମିତି ର ବୈଠକ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର କାକଟପୁର ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଦିନ ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା। କାକଟପୁର ଥାନା ଠାରେ ଆଇ ଆଇ ସି ପ୍ରିୟ ରଂଜନ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଶିକ୍ଷାବିତ ଲକ୍ଷ୍ମୀଧର ଖୁଣ୍ଟିଆ, କୈଳାଶ ଦାଶ, ବିପିନ ରାଉତ, ଡାକ୍ତର ଆଶିଷ କୁମାର ମହାପାତ୍ର, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦିକ୍ଷୀତ ଙ୍କ ସମେତ ବହୁ ଶିକ୍ଷାବିତ, ରାଜନେତା, ବୁଦ୍ଧିଜୀବି, ସାମ୍ୱାଦିକ, ବ୍ୟବସାୟୀ, ସମାଜ ସେବୀ, ସ୍ବେଛାସେବୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇଥିଲେ। ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁ ସଂପର୍କରହିଲେ ଅଞ୍ଚଳ ରେ ଆଇନଶୃଙ୍ଖଳା ରକ୍ଷା ହେବା ସହିତ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିପାରିବ ବୋଲି ଆଇ ଆଇ ସି ଶ୍ରୀନାୟକ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


