ଆମ ପୋଲିସ ସମିତି ସଡକ ସୁରକ୍ଷା ସହ ଯୁବ ସଂସ୍କାର କାର୍ଯ୍ୟକ୍ରମ ଓ ବିପର୍ଯ୍ୟୟ ପ୍ରଶମନ ମକଡ୍ରିଲ୍
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଆମ ପୋଲିସ ସମିତି ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ଆଜି କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଏକ ସଡକ ସୁରକ୍ଷା ଓ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଆମ ପୋଲିସ ସମିତି ଅଧ୍ୟକ୍ଷ ସବ୍ୟସାଚୀ ମଲ୍ଲ,ସମ୍ମାନିତ ଅତିଥି ଭାବେ ଛତ୍ରପୁର ଜିଲ୍ଲା ମହିଳା ଅତିରିକ୍ତ ପୋଲିସ ଅଧିକ୍ଷକ ମମତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା , ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା , ବାହନ ଦାସ , ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ , ସାନଖେମୁଣ୍ଡି ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଧିରଜ୍ ବିଧାର ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ସଚେତନତା ସହ ଯୁବପିଢ଼ି ଙ୍କୁ ଜାଗ୍ରତ ଚେତନା ନେଇ ନିଜନିଜ ଅଭିବ୍ୟକ୍ତି ରଖିଥିଲେ । ଯୁବ ସଂସ୍କାର ସଚେତନା କାର୍ଯ୍ୟକ୍ରମ ଅବସରରେ ତହସିଲଦାର ଡଃ ଶ୍ରୀନିବାସ ବେହେରା ଏବଂ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ନିଜନିଜ ବକ୍ତବ୍ୟରେ ଉପସ୍ଥିତ ଯୁବ ଶିକ୍ଷାର୍ଥୀଙ୍କ ବିଚଳିତ ମାନସିକତା ପରିବର୍ତନ କରିବା ସହ ଏକାଗ୍ରତା ନିଷ୍ଟା ପର ନିଜ ନିଜର ମୂଲ୍ୟବୋଧ ବଜାୟ ରଖିବା ସମାଜରେ ଅବହେଳିତ ଦଳିତ ମାନଙ୍କ ପାଇଁ ସେବା କରିବା ଏବଂ ନିଜେ ଆଗକୁ ବଢ଼ିବା ଶିକ୍ଷା ଅଧ୍ୟୟନ ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ । ଆମ ପୋଲିସ ସମିତି ଅଧ୍ୟକ୍ଷ ଶ୍ରୀ ମଲ୍ଲ ଉପସ୍ଥିତ ଯୁବ ଶିକ୍ଷାର୍ଥୀଙ୍କ ପାଇଁ ପୋଲିସ ବିଭାଗ ପକ୍ଷରୁ ରହିଥିବା ସର୍ବନିମ୍ନ ସହାୟତା ସମନ୍ଧିତ ତଥ୍ୟ ରହିବା ସହିତ ଯୁବଗୋଷ୍ଠୀ ତଥା କଲେଜ୍ ପଢ଼ୁଆଙ୍କୁ ଭ୍ରମିତ କରୁଥିବା ସାଇବର ଠକେଇ ଶିକାର ଏବଂ ମୋବାଇଲ ଆପ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କଲେଜ ଶିକ୍ଷାର୍ଥୀଙ୍କୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ପ୍ରଦାନ ନେଇ ସାନଖେମୁଣ୍ଡି ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଏବଂ ଟିମ୍ ଦ୍ଵାରା ଅଗ୍ନି ନିର୍ବାପନ ସହ ଜରୁରୀକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟର ମକ ଡ୍ରିଲ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଡ୍ରାଇଭର ସଂଘ ,ସାନଖେମୁଣ୍ଡି ପକ୍ଷରୁ ସଭାପତି ମଧୁସୂଦନ ନାୟକ ,ସମ୍ପାଦକ ମିହିର ସୁଆଁସିଆଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଡକ ସୁରକ୍ଷାରେ ସେମାନଙ୍କ ଭୂମିକା ଏବଂ ଜନସାଧାରଣ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।କାର୍ଯ୍ୟକ୍ରମକୁ ଇତିହାସ ବିଭାଗ ଅଧ୍ୟାପକ ସୁଶାନ୍ତ ପଣ୍ଡା ସଂଯୋଜନା କରିଥିବା ବେଳେ ନାକ ସଂଯୋଜକ ଡଃ,ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିଥିଲେ । ଉପସ୍ଥିତ କଲେଜ୍ ଅଧ୍ୟାପକ ଅଧ୍ୟାପିକାଙ୍କ ସହ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଶେଷରେ ଇଂରାଜୀ ଅଧ୍ୟାପିକା ଡଃ ସସ୍ମିତା କୁମାରୀ ସାହୁ ଉପସ୍ଥିତ ଅତିଥିଙ୍କୁ ସମ୍ଭାଷଣ ସହ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ ।