‘ଆମ ପ୍ରମିୟର ଲିଗ’କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ‘ହବିବ ଲାୟନ୍ସ’ଚମ୍ପିଅନ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହରର ଚାନ୍ଦମାରୀପଡ଼ଆରେ ଚାଲିଥିବା ‘ଆମ ପ୍ରିମିୟର ଲିଗ କ୍ରିକେଟ’ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । କ୍ରିକେଟ କ୍ଲବର ସଭାପତି ସୁଶାନ୍ତ କୁମାର ବେଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟି୍ ଅଂଶଗ୍ରହଣ କରିଥିଲେ । ହବିବ ଲାୟନ୍ସ ଓ ଷ୍ଟ୍ରାଇକର-୧୧ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଷ୍ଟ୍ରାଇକର ଇଲେଭେନ ଟସ୍ ଜିଣି ହବିବଲାୟନ୍ସକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ହବିବ ଲାୟନ୍ସ ୧୫ ଓଭରରେ ୮ ୱିକେଟ ବିନମୟରେ ୨୦୯ ରନ୍ ସଂଗ୍ରହ କରିଥିଲା । ଜବାବରେ ଷ୍ଟ୍ରାଇକର-୧୧ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ହବିବ୍ ଲାୟନ୍ସ ୮୭ ରନରେ ବିଜୟୀ ହେବା ସହ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଘୋଷିତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ତଥା ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ସୃଷ୍ଟିରେ ସହାୟକ ହୋଇପାରିଛି ବୋଲି କହିଥିଲେ । ପୂର୍ବତନ ପୌର ସଦସ୍ୟା ଶକ୍‌ୁନ୍ତଳା ସିଂ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ କ୍ରିକେଟ ଖେଳାଳିଙ୍କ ଟୁର୍ଣ୍ଣାମେଣ୍ଟ ଆୟୋଜନକୁୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ମୋହିନୀ, ଗୌରାଙ୍ଗ ପାଣିଗ୍ରାହୀ, ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ଅମିତ ଅମିତାଭ ମହାକୁଡ ପ୍ରମୁଖ ଏଥିରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସହିତ କରିବା ସହିତ ସେମାନଙ୍କ ଉତୋରତୋର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଚମ୍ପିଆନ ଓ ରନର୍ସ ଦଳକୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ଏହା ସହିତ ମ୍ୟାନ ଅଫ ଦି ମ୍ୟାଚ ସାଗର ସାହୁ, ମ୍ୟାନ ଅଫ ଦି ସିରିଜ୍ ପ୍ରକାଶ କୁମାର ବାରିକ, ଶ୍ରେଷ୍ଠ ବ୍ୟାଟ୍‌ସ ମ୍ୟାନ ପରମାନନ୍ଦ ମହାପାତ୍ର, ଶ୍ରେଷ୍ଠ ବୋଲର ସାହିଲ ଖାନ୍‌, ଶ୍ରେଷ୍ଠ ଫିଲଡର ଜୀବନ ବାରିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପାଦକ ପରମାନନ୍ଦ ମହାପାତ୍ର, ଦେବାଶିଷ ବାରିକ, କମଳଲୋଚନା ଦାସ, ଗୋପାଳ ମାନ୍ନା, ପ୍ରିତମ ଟୁଡୁ ପ୍ରମୁଖ ସଂଗଠନର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ