‘ଆମ ପ୍ରମିୟର ଲିଗ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖଣ୍ଟା ଚାନ୍ଦମାରୀ ପଡ଼ିଆରେ ଚାଲିଥିବା ‘ଆମ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ’ ରବିବାର ଉଦ୍ଯାପିତ ହୋଇଯାଇଛି ।ୟୁନିକ୍ ସିକ୍ସର ଓ ଖୁସି ୱାରିୟର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ୟୁନିକ୍ ସିକ୍ସର ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୨୨୪ ରନ ସଂଗ୍ରହ କରିଥିଲା । ଜବାବରେ ଖୁସି ୱାରିୟର ୨୦ ଓଭରରେ ୬ ୱିକେଟ ହରାଇ ୨୨୩ ରନ୍ ସଂଗ୍ରହ ସହ ରନର୍ସ ଅପ ହୋଇଥିଲା । ରାଜୁ ପରିଡା ୧୦୬ ରନ୍ର ସ୍କୋର ଛିଡା କରିଥିବା ସତ୍ୱେ ସଂଗ୍ରହ ସହ ଦଳ ଗୋଟିଏ ରନ୍ରେ ପରାସ୍ତ ହୋଇଥିଲା । ଅନ୍ୟପକ୍ଷରେ ୧ ରନରେ ବିଜୟୀ ୟୁନିକ୍ ସିକ୍ସରକୁ ଚମ୍ପିୟନ ଘୋଷିତ ହୋଇଥିଲା । ଅନାୟାତୁଦ୍ଦିନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ରାଜୁଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ଘୋଷଣା କରାଯାଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ଯୁବନେତା ସୀମନ ଦାସ ମହାପାତ୍ର, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ସାମାଜିକ କର୍ମୀ ଅଖିଳ କୁମାର ଦାସ ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ଚମ୍ପିଆନ୍ ଓ ରନର୍ସ ଅପ ଦଳ ସମେତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ସ୍ଥାନୀୟ କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ପାଇଁ ଏହି ଆମ ପ୍ରିମିୟର ଲିଗ୍ ଆୟୋଜନ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସମ୍ପାଦକ ପରମାନନ୍ଦ ମହାପାତ୍ର, ଉପ-ସଭାପତି ଶୋଲେ ଟୁଡୁଙ୍କ ସମେତ ଦେବାଶିଷ ବାରିକ, କମଳଲୋଚନ ଦାସ, ଗୋପାଳ ମାନ୍ନା, ଜଗନ୍ନାଥ କର, ରାଜେନ୍ଦ୍ର ଦାସ, ନିତ୍ୟପ୍ରକାଶ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


