‘ଆମ ପ୍ରମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ଚାନ୍ଦମାରୀ ପଡ଼ିଆରେ ‘ଆମ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ରବିବାର ଉଦଘାଟିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମ୍ପ୍ରତି ରାଜ୍ୟ ସରକାର ଯୁବକ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବାଲେଶ୍ୱର ସହରର ତଥା ଆଖପାଖ ଅଂଚଳରେ କ୍ରୀଡା ଭିତିଭୂମିର ବିକାଶ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଭଳି ସ୍ଥିତିରେ ସ୍ଥାନୀୟ କ୍ରୀଡା ପ୍ରତିଭାକୁ ଆଗକୁ ଆଣିବା ପାଇଁ ଆମ ପ୍ରିମିୟର ଲିଗ ଆୟୋଜନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ ମତପ୍ରକାଶ କରିଥିଲେ । ବାଲେଶ୍ୱର ପୌର ପରିଷଦର ପୂର୍ବତନ କାଉନସିଲର ଶକୁନ୍ତଳା ସିଂ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଯୁବ କ୍ରିକେଟ ଖେଳାଳିଙ୍କ ଆୟୋଜକଙ୍କୁ ଉତ୍ସାହିତ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ମହନି, ସୁରଜ ବିଶ୍ୱାଳ, ରାମ ଦାସ, ରାଜକିଶୋର ଦାସ ଅଧିକାରୀ, ସଦାନନ୍ଦ ମହାଳିକ, ଦେବାଶିଷ ସିଂ, ରଞ୍ଜନ କୁମାର ଭୋଇ, ଜିତେନ୍ଦ୍ର ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଉହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଆମ ପ୍ରିମିୟର ଲିଗ୍‌ର ସଭାପତି ସୁଶାନ୍ତ କୁମାର ବେଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଷ୍ଟ୍ରାଇକର ୧୧, ସାଇ ୧୧, ହବିବ ଲାୟନ୍ସ, ଜିକେ ଫାଇଟର, ରୟାଲ କ୍ଲବ, ବିବି ଫାଇଟର ପ୍ରଭୃତି ଦଳଙ୍କ ମଧ୍ୟରେ ୧୫ ଓଭର ବିଶିଷ୍ଟ ମୋଟ ୧୯ ଟି ମ୍ୟାଚ ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଉଦଘାଟନୀ ମ୍ୟାଚ ଷ୍ଟ୍ରାଇକର ୧୧ ଓ ସାଇ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପରମାନନ୍ଦ ମହାପାତ୍ର, ଦେବାଶିଷ ବାରିକ, କମଳ ଲୋଚନା ଦାସ, ଗୋପାଳ ମାନ୍ନା, ପ୍ରୀତମ ଟୁଡୁ ପ୍ରମୁଖ ସଂଗଠନର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ