ଆମ ଭାରତର ସାଧାରଣତନ୍ତ୍ର ଦିବସ
ବିପିନ ବିହାରୀ ମହାନ୍ତି
୨୬ ଜାନୁୟାରୀ ୧୯୫୦ ଦିନ ଭାରତ ଶାସନ ଆଇନ ୧୯୩୫ ପରିବର୍ତ୍ତେ ଭାରତୀୟ ଶାସନ ଖସଡ଼ା ବା ସଂବିଧାନ କାର୍ଯ୍ୟକାରୀ ହେଲା । ଏଣୁ ଏହି ତାରିଖଟିକୁ ଆମେ ସଂବିଧାନର ପ୍ରାରମ୍ଭ ଦିବସ ବୋଲି କହୁ ଏବଂ ପ୍ରତିବର୍ଷ ଏହି ଦିବସଟିକୁ ଭାରତର ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁ । ଭାରତର ରାଜନୈତିକ ଜାତୀୟ ଇତିହାସରେ ଦୁଇଟି ଦିବସ ଗୁରୁତ୍ୱପୂର୍ଣ୍ଣ : ୧୫ ଅଗଷ୍ଟ ଏବଂ ୨୬ ଜାନୁୟାରୀ । ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନତା ପାଇଥିବାରୁ ଉକ୍ତ ଦିବସକୁ ସ୍ୱାଧୀନତା ଦିିବସ ରୂପେ ଏବଂ ୨୬ ଜାନୁୟାରୀ ୧୯୫୦ରେ ଆମ ଭାରତୀୟ ସଂବିଧାନ କାର୍ଯ୍ୟକାରୀ କରାଯାଇଥିବାରୁ ୨୬ ଜାନୁୟାରୀକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।
୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ତାତ୍ପର୍ଯ୍ୟ ଅଛି । ବାସ୍ତବିକ ୨୬ ଜାନୁୟାରୀ ୧୯୩୦ରେ ଆମେ ନିଜକୁ ସ୍ୱାଧୀନତା ବୋଲି ଘୋଷଣା କରିଥିଲୁ ଏବଂ ସେବେଠାରୁ ଉକ୍ତ ଦିବସଟିକୁ ସ୍ୱାଧୀନତା ଦିବସ ରୂପେ ଗ୍ରହଣ ଓ ପାଳନ କରି ଆସୁଥିଲୁ । କିନ୍ତୁ ୧୫ ଅଗଷ୍ଟ ୧୯୪୭ରେ ଇଂରେଜ ଶାସନରୁ ମୁକ୍ତ ହେଲୁ ଏବଂ ସେଇ ଦିବସଟି ସ୍ୱାଧୀନତା ଦିବସରୂପେ ପାଳିତ ହେଲା ଏବଂ ପୂର୍ବ ୨୬ ଜାନୁୟାରୀକୁ ଆମେ ଆମର ସଂବିଧାନ ପ୍ରସ୍ତୁତ କରି ସାର୍ବଭୌମତ୍ୱ ଘୋଷଣା କରିଥିବାରୁ ଏହାକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କଲୁ ।
ଦେଶ ସ୍ୱାଧୀନତା ଲାଭପରେ ସଂବିଧାନ ପ୍ରସ୍ତୁତି ପାଇଁ ଏକ ସଂବିଧାନ ସଭାର ପ୍ରସ୍ତୁତ ହେଲା । ସେତେବେଳେ ଏହାର ପ୍ରଥମ ବୈଠକ ୧୯୪୬ ଡ଼ିସେମ୍ବର ୯ରେ ପ୍ରଥମେ ବସିଥିଲା । ସେତେବେଳେ ଏହାର ସଭ୍ୟସଂଖ୍ୟା ୨୯୯ଥିଲେ । ୨୮ ଅଗଷ୍ଟ ୧୯୪୭ରେ ଡା. ଭିମାରାଓ ରାମଜୀ ଆମ୍ବେଦକରଙ୍କ ନେତୃତ୍ୱରେ ଭାରତୀୟ ସଂବିଧାନ ପ୍ରସ୍ତୁତି କମିଟି ଆରମ୍ଭ ହେଲା । ଏହି କମିଟିର ସଭାପତି ଥିଲେ ଆମର ପୂର୍ବତନ ଏବଂ ପ୍ରଥମ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ।
ଆମ ସଂବିଧାନ ପ୍ରସ୍ତୁତି ପାଇଁ ୨ବର୍ଷ ୧୧ମାସ ୧୮ଦିନ ଲାଗିଥିଲା । ଏଥିପାଇଁ ସଂବିଧାନ ବିଧାୟକ ସଭା ୧୬୬ଦିନ ବସିଥିଲା । ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ୧୯୪୯ ମସିହା ନଭେମ୍ବର ୨୬ରେ ଆମ ସଂବିଧାନ ସ୍ୱୀକୃତି ଲାଭକଲା । ସେହି ଦିନରୁ ନାଗରିକତା, ନିର୍ବାଚନ, ମଧ୍ୟବର୍ତ୍ତୀ କାଳୀନ ସଂସଦ ସଂକ୍ରାନ୍ତୀୟ କେତେକ ଅଧିନିୟମ ଲାଗୁ କରାଯାଇଥିଲା । ୨୧ ଜାନୁୟାରୀ ୧୯୫୦ ର ନିର୍ବାଚନ ପରେ ସଂବିଧାନ ସଭାର ୩୦୮ ସଭ୍ୟଙ୍କର ୨୪ ଜାନୁୟାରୀ ୧୯୫୦ରେ ସଂବିଧାନର ଦୁଇକିତା ହସ୍ତଲେଖା ଦଲିଲ ଉପରେ ଦସ୍ତଖତ କରାଗଲା । ଏହି ଦୁଇକିତା ହିନ୍ଦି ଓ ଇଂରାଜୀରେ ଲେଖାଯାଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ୍ ୨୬ ଜାନୁୟାରୀରେ ଏହା କାର୍ଯ୍ୟକାରୀ ହେଲା । ୨୬ ଜାନୁୟାରୀ ୧୯୫୦ହିଁ ଆମ ସଂବିଧାନର ପ୍ରାରମ୍ଭ ଦିବସ ।
ପ୍ରାରମ୍ଭରେ ଉପକ୍ରମରେ ଆମେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ଭାବେ ଘୋଷଣା କରିଥିଲୁ । ୧୯୭୬ରେ ୪୨ତମ ସଂଶୋଧନ ବଳରେ ଏବେ ଭାରତକୁ ଗୋଟିଏ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ବୋଲି ଘୋଷଣା କରିଛୁ ।
ଆମ ସଂବିଧାନର ଉପକ୍ରମରେ ଆମେ ଏହିପରି ଅବତାରଣା କରିଛୁ :
“ଆମେ ଭାରତର ଅଧିବାସୀ ସବୁ ଲୋକମାନେ ଦୃଢ଼ ସଂକଳ୍ପ ଗ୍ରହଣ କରୁକି ଆମେ ଭାରତକୁ ଗୋଟିଏ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବରେ ଗଢ଼ିବୁ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ, ଓ ରାଜନୈତିକ ନ୍ୟାୟ, ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଆସ୍ତା ଓ ପୂଜାର୍ଚ୍ଚନା ପାଇଁ ମୁକ୍ତ ବା ସ୍ୱାଧୀନ ପଦ ମର୍ଯ୍ୟାଦା, ଓ ସୁବିଧା ସୁଯୋଗର ସମାନତା ନିଶ୍ଚିତ ଭାବରେ ଯୋଗାଇଦେବୁ ଏବଂ ସୋମାନଙ୍କ ମଧ୍ୟର ବ୍ୟକ୍ତିଗତ ମର୍ଯ୍ୟାଦାବୋଧ ତଥା ଜାତୀୟ ଏøକ୍ୟ ଓ ସଂହତି ଭାବନା ପ୍ରତିଷ୍ଠା ମାଧ୍ୟମରେ ଭାତୃତ୍ୱର ପ୍ରସାର ଘଟାଇବୁ ।
ଆମେ ଆମର ସଂବିଧାନ ସଭାରେ ଆଜିର ଏହି ୧୯୪୯ ନଭେମ୍ବର ୨୬ତମ ଦିବସରେ ଏହା ଦ୍ୱାରା ଏହି ସଂବିଧାନକୁ ପ୍ରଣୀତ, ଗୃହୀତ, ତଥା ଅଧିନିୟମର ପରିଣତ କରି ଆମ୍ଭମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଛୁ ।”
ଆମ ସଂବିଧାନ ବିଶ୍ୱର ବୃହତ୍ତମ ତଥା ସବୁଠାରୁ ବିଶଦ ସଂବିଧାନ ଭାବରେ ପରିଣତ ହୋଇଛି । ମୂଳ ଦଲିଲରେ ୩୯୫ଟି ଅନୁଚ୍ଛେଦ ଓ ୮ଗୋଟି ଅନୁସୂଚୀ ଲିପିବଦ୍ଧ ହୋଇଥିଲା । ଅଧୁନା ଏହାର ୪୪୧ଟି ଅନୁଛେଦ ଓ ବାରଗୋଟି ଅନୁସୂଚୀ ଅଛି ।
ଆମ ସଂବିଧାନ ପ୍ରସ୍ତୁତିବେଳେ ଅଧିକାଂଶ ଅନୁଛେଦ ଭାରତର ସରକାର ଆଇନ ୧୯୩୫ର ଅବିକଳ ଉଦ୍ଧରଣ କରିଛୁ; ଯୁକ୍ତରାଷ୍ଟ୍ର ଆମେରିକା ଢ଼ାଞ୍ଚା ଅନୁଯାୟୀ ମୌଳିକ ଅଧିକାର ଗୃହୀତ କରିଛୁ । ଆୟାରଲ୍ୟାଣ୍ଡ ସଂବିଧାନରୁ ଅନୁଗୃହୀତ ହୋଇଥିବା କଥା ନିର୍ଦ୍ଦେଶକ ସିଦ୍ଧାନ୍ତଗୁଡ଼ିକ ପ୍ରତିଫଳିତ କରିଛୁ; ଯୁକ୍ତରାଜ୍ୟ ତଥା ଅନ୍ୟାନ୍ୟ ରାଷ୍ଟ୍ରର ସଂବିଧାନରୁ ଆମ ଦେଶକୁ ଖାପ ଖୁଆଇଲା ପରି ଉପାଦାନମାନ ଗ୍ରହଣ କରିଛୁ ।
ଏହାଏକ ବିଚିତ୍ର ଏବଂ ସ୍ୱତନ୍ତ୍ର ସଂବିଧାନ ଯାହା ଅନ୍ୟତ୍ର ଦେଖାଯାଏ ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାପରି ଏହାର ଏ÷୍ୟକ୍ୟବଦ୍ଧ ସଂଘୀୟ ସରକାରର ରୂପରେଖ ନେଇଛି ଅଥଚ ଆମେରିକାର ରାଷ୍ଟ୍ରପତିଙ୍କ ପରି ଏହାର ରାଷ୍ଟ୍ରପତି, ସର୍ବେସର୍ବା ନହୋଇ ଯୁକ୍ତରାଜ୍ୟ ରାଷ୍ଟ୍ରମୁଖ୍ୟ ପରି ଏକ ରବର ମୋହର ଅଥଚ ଜରୁରୀ କାଳୀନ ଜାତୀୟ ପରିସ୍ଥିତି ବେଳେ ସେ ଅଖଣ୍ଡ କ୍ଷମତା ଭୋଗ କରନ୍ତି । ଭାରତୀୟ ସଂବିଧାନରେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ସମ୍ବିଧାନ ପ୍ରଣୟନ ଲାଗି ଅନୁମତି ପ୍ରଦାନ କରାଯାଇଛି । ଅନୁଛେଦ ୩୭୦ରେ ଉଲ୍ଲେଖ କରାଯାଇଛି ଯେ ଏହି ସମ୍ବିଧାନର ଧାରାଗୁଡ଼ିକ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପରାମର୍ଶକ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ଆଦେଶ ଜାରିକରାଯିବା ପରେ ଲାଗୁ କରାଯାଇପାରିବ । ୩୭୦ ଅନୁଚ୍ଛେଦ ସେଥିପାଇଁ ଏକ ଅସ୍ଥାୟୀ ଧାରା ରୂପେ ଗ୍ରହଣ କରାଯାଇଛି ।
ଆମ ସଂବିଧାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିିଭିନ୍ନ କ୍ଷମତା ଓ କାର୍ଯ୍ୟାନ୍ୱୟନ, ଅର୍ଥର ବଣ୍ଟନ ଓ ବିବାଦର ନିର୍ଣ୍ଣୟ, ସଂପର୍କରେ ସବିଶେଷ ବିବରଣୀ ଦିଆଯାଇଛି । ସଂବିଧାନରେ ଆଉ ଗୋଟିଏ ପ୍ରକାର ଅଧିକାରରୁ ବ୍ୟାଖ୍ୟା ବିଦ୍ୟମାନ ରହିଛି ଯାହାକି ରାଷ୍ଟ୍ରନୀତିର ନିର୍ଦ୍ଦେଶକ ନିର୍ଣ୍ଣୟାବଳୀ ଭାବରେ ବର୍ଣ୍ଣିତ ହୋଇଛି । ଏହି ଅଧିକାରଗୁଡ଼ିକୁ ସଂବିଧାନର ଦେଶର ଶାସନ ନିମନ୍ତେ ଅପରିହାର୍ଯ୍ୟ ବୋଲି ଘୋଷଣା କରାଯାଇଛି; କିନ୍ତୁ ସେଗୁଡ଼ିକ ନ୍ୟାୟ ପ୍ରଦାୟୀ ନୁହଁନ୍ତି ଅଥଚ ରାଷ୍ଟ୍ରପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକୁ ନ୍ୟାୟ ପ୍ରଦାୟୀ ।
ସାଧାରଣତଃ ଗୋଟିଏ ସଂଘୀୟ ସଂବିଧାନକୁ ସଂଶୋଧନ କରାଯିବା ଅତ୍ୟନ୍ତ ଜଟିଳ ବିଷୟ ଅଥଚ ଆମ ସଂବିଧାନ ପ୍ରଣେତାମାନେ ଏହାକୁ ନମନୀୟ କରିବା ପାଇଁ ଉଦ୍ୟମ କରିଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଏହା ବହୁମତ ଦ୍ୱାରା ଯାହକି ଏକ ଜଟିଳ ପ୍ରୟୋଗ ଦ୍ୱାରା ସଂଶୋଧିତ କରାଯାଇପାରେ ଅର୍ଥାତ୍ କେତେବେଳେ ସାଧାରଣ ସଂଖ୍ୟାଧିକ ତ ଆଉ କେତେବେଳେ ଦୁଇ ତୃତୀୟାଂଶ ସଂଖ୍ୟାଧିକ । ଏନେଇ ଆମ୍ବେଦକର ପ୍ରଥମରୁ କୁହନ୍ତି : ‘ଡର ମବଦ୍ଭ ଗ୍ଧଷରକ୍ସରଲକ୍ଟକ୍ସର ଗ୍ଦବଲରକ୍ଷଚ୍ଚ ଗ୍ଦବଚ୍ଚ ଗ୍ଧଷବଗ୍ଧ ଗ୍ଧଷର ଓଦ୍ଭୟସବଦ୍ଭ ଲରୟରକ୍ସବଗ୍ଧସକ୍ଟଦ୍ଭ ଙ୍ଗସକ୍ଷକ୍ଷ ଦ୍ଭକ୍ଟଗ୍ଧ ଗ୍ଦଙ୍କଲଲରକ୍ସ ଲକ୍ସକ୍ଟଜ୍ଞ ଗ୍ଧଷର ଲବଙ୍କକ୍ଷଗ୍ଧ କ୍ଟକ୍ସ କ୍ସସଶସୟସଗ୍ଧଚ୍ଚ କ୍ଟକ୍ସ କ୍ଷରଶବକ୍ଷସଗ୍ଦଜ୍ଞ. ଓଗ୍ଧଗ୍ଦ ୟସଗ୍ଦଗ୍ଧସଦ୍ଭଶଙ୍କସଗ୍ଦଷରୟ ଲରବଗ୍ଧଙ୍କକ୍ସର ସଗ୍ଦ ଗ୍ଧଷବଗ୍ଧ ସଗ୍ଧ ସଗ୍ଦ ବ ଲକ୍ଷରଙ୍ଘସଭକ୍ଷର ଲରୟରକ୍ସବଗ୍ଧସକ୍ଟଦ୍ଭ.”
ଏଥିପାଇଁ ସେ ପୁଣି କୁହନ୍ତି ଯେ : ଞଷର ଗ୍ଧଷକ୍ସରର ଜ୍ଞରମଷବଦ୍ଭସଗ୍ଦଜ୍ଞ କ୍ଟଲ ଗ୍ଧଷର ଗ୍ଦଚ୍ଚଗ୍ଦଗ୍ଧରଜ୍ଞ ୟରକ୍ସସଙ୍ଖରୟ ଭଚ୍ଚ ଗ୍ଧଷର ଇଗ୍ଦଗ୍ଦରଜ୍ଞଭକ୍ଷଚ୍ଚ ଗ୍ଧକ୍ଟ ଗ୍ଧଷର କ୍ଟ୍ରକ୍ସରୟସମଗ୍ଧସକ୍ଟଦ୍ଭଗ୍ଦ, ଷବଙ୍ଖର ଜ୍ଞବୟର ଗ୍ଧଷର ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ ଲକ୍ଷରଙ୍ଘସଭକ୍ଷର ବଗ୍ଧ ଗ୍ଧଷର ଗ୍ଦବଜ୍ଞର ଗ୍ଧସଜ୍ଞର କ୍ଟ୍ରକ୍ସକ୍ଟଗ୍ଧରମଗ୍ଧରୟ ଗ୍ଧଷର କ୍ସସଶଷଗ୍ଧଗ୍ଦ କ୍ଟଲ ଗ୍ଧଷର ଗ୍ଦଗ୍ଧବଗ୍ଧରଗ୍ଦ. ଞଷରଚ୍ଚ ଷବଙ୍ଖର ଙ୍ଗକ୍ଟକ୍ସଳରୟ ଭରଗ୍ଧଗ୍ଧରକ୍ସ ଗ୍ଧଷବଦ୍ଭ ବ ଜ୍ଞରୟସବଗ୍ଧସଦ୍ଭଶ କ୍ଟ୍ରକ୍ସକ୍ଟମରଗ୍ଦଗ୍ଦ ସଦ୍ଭ ବଦ୍ଭଚ୍ଚ କ୍ଟଗ୍ଧଷରକ୍ସ ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ଙ୍ଗଷରକ୍ସର ଲରୟରକ୍ସବକ୍ଷସଗ୍ଦଜ୍ଞ ବଦ୍ଭୟ ଈକ୍ସସଗ୍ଧସଗ୍ଦଷ କ୍ଟ୍ରବକ୍ସକ୍ଷସବଜ୍ଞରଦ୍ଭଗ୍ଧବକ୍ସଚ୍ଚ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ ହକ୍ଟସଦ୍ଭଗ୍ଧକ୍ଷଚ୍ଚ ଲକ୍ଟକ୍ସଜ୍ଞରୟ ଗ୍ଧଷର ଭବଗ୍ଦସଗ୍ଦ କ୍ଟଲ ଗ୍ଧଷର ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ.
ଶାସନର ସୁବିଧା ଦୃଷ୍ଟିରୁ ଆମେ ଶାସନ ପ୍ରଣାଳୀକୁ ତିିନିଭାଗରେ ବିଭକ୍ତ କରାଯାଇଛି । ଶାସନର ବିଧାୟକ ବ୍ୟବସ୍ଥା ବା ନୀୟମ ପ୍ରଣୟନ ତଥା ସଂଶୋଧନକାରୀ ସଂସ୍ଥା, କାର୍ଯ୍ୟନିର୍ବାହୀ ବା ପ୍ରଶାସନକୁ ନିୟନ୍ତ୍ରଣ କରିବା ସଂସ୍ଥା ଏବଂ ବ୍ୟକ୍ତି ବିଶେଷଭ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ମୁକ୍ତ ଓ ନିରପେକ୍ଷ ବିଚାର ବ୍ୟବସ୍ଥା ଅଛି । ଆମେ ଆମ ସଂବିଧାନର ୩୨୬ଅନୁଛେଦ ଅନୁଯାୟୀ ସାବାଳକ ଭୋଟ ପ୍ରଥା ଗୃହୀତ କରିଅଛୁ । ଏହି ଅନୁସାରେ ପ୍ରତ୍ୟେକ ୧୮ବର୍ଷର ନାଗରିକ ନିର୍ବାଚନ ପ୍ରକ୍ରିୟାରେ ମତ ସାବ୍ୟସ୍ତ କରିିପାରିବେ । ସେମିତି ତଫସିଲଭୁକ୍ତ ଜାତି ଓ ଉପଜାତି ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଜାତୀୟ ଏକତା ଓ ସଂହତି ରକ୍ଷାପାଇଁ ସାମ୍ପ୍ରଦାୟିକ ପ୍ରତିନିଧିତ୍ୱକୁ ଉଚ୍ଛେଦ କରିଛୁ । ଏଥିରେ କେବଳ ବ୍ୟବସ୍ଥା ରହିଲା ଯେ ୧୦ବର୍ଷ ପାଇଁ ଅର୍ଥାତ୍ ୧୯୬୦ ପର୍ଯ୍ୟନ୍ତ ତଫସଲ ଭୁକ୍ତ ଜାତି ଓ ଉପଜାତି ପ୍ରାର୍ଥୀମାନଙ୍କ ନିମନ୍ତେ କେତୋଟି ଆସନ ସଂରକ୍ଷଣ ହେବ । ପରବର୍ତ୍ତୀ କାଳରେ ଏହା ଏଯାବତ୍ ବଢ଼ି ଚାଲିଛି ।
ଆମ ସଂବିଧାନରେ ପ୍ରବର୍ତ୍ତିତ ସରକାର ବ୍ରିଟିଶ ଧରଣର ସଂସଦୀୟ ଅଟେ; ଆମେରେକୀୟ ପଦ୍ଧତି ନୁହେଁ । ବ୍ରିଟିଶ ପଦ୍ଧତିରେ ଉଚ୍ଚତମ ଶିଖରରେ ଜଣେ ବଂଶାନୁକ୍ରମିକ ସମ୍ରାଟ ବା ସାମ୍ରାଜ୍ଞୀ ରହିଥାନ୍ତି । କିନ୍ତୁ ଆମର ଏକ ସାଧାରଣତନ୍ତ୍ର ରାଷ୍ଟ୍ରହେତୁ ଏଠାରେ ଜଣେ ନିର୍ବାଚିତ ରାଷ୍ଟ୍ରପତି ଶାସନ ମୁଖ୍ୟ ଅଟନ୍ତି ।
ଆମ ସଂବିଧାନର ଭିନ୍ନ ଏକ ବିଶେଷତ୍ୱ ଏହି ଯେ ଏହା ସଂଘୀୟ ବ୍ୟବସ୍ଥାରେ ଏକାତ୍ମକ ଶାସନ ବା କେନ୍ଦ୍ରୀଭୂତ ଶାସନକୁ ଶକ୍ତିଶାଳୀ କରିପାରିଛି । ଭିନ୍ନ ଏକ ସଫଳତା ଏହି ଯେ ପ୍ରାୟ ୬୦୦ଗୋଟି ଭାରତୀୟ ରାଜ୍ୟ ବର୍ଗଙ୍କୁ ଭାରତର ଅବଶିଷ୍ଟ ଭାଗ ସହିତ ସାମିଲ କରିଛି । ଏହା ସ୍ୱେଚ୍ଛାକୃତ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗୁଁ ସମ୍ଭବ ହୋଇଛି ।
ଆମ ସଂବିଧାନ ସଂପର୍କରେ ସାର ଆନ୍ଥୋନୀ ଏଡ଼େନ, ଯୁକ୍ତରାଜ୍ୟର ତତ୍କାଳୀନ ପ୍ରଧାନମନ୍ତ୍ରୀ କହିଥିଲେ : “ଙଲ ବକ୍ଷକ୍ଷ ଗ୍ଧଷର ରଙ୍ଘକ୍ଟ୍ରରକ୍ସସଜ୍ଞରଦ୍ଭଗ୍ଧଗ୍ଦ ସଦ୍ଭ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଙ୍ଗଷସମଷ ଷବଗ୍ଦ ଭରରଦ୍ଭ ବଗ୍ଧଗ୍ଧରଜ୍ଞକ୍ଟ୍ରଗ୍ଧରୟ ଗ୍ଦସଦ୍ଭମର ଗ୍ଧଷର ଭରଶସଦ୍ଭଦ୍ଭସଦ୍ଭଶ କ୍ଟଲ ଗ୍ଧଷର ଗ୍ଧସଜ୍ଞର, ଓ ଭରରକ୍ଷସଙ୍ଖର ଗ୍ଧଷବଗ୍ଧ ଗ୍ଧଷର ଓଦ୍ଭୟସବଦ୍ଭ ଙ୍ଖରଦ୍ଭଗ୍ଧଙ୍କକ୍ସର ସଦ୍ଭଗ୍ଧକ୍ଟ ଚବକ୍ସକ୍ଷସଜ୍ଞରଦ୍ଭଗ୍ଧବକ୍ସଚ୍ଚ ଏକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ସଗ୍ଦ ଗ୍ଧଷର ଜ୍ଞକ୍ଟଗ୍ଦଗ୍ଧ ରଙ୍ଘମସଗ୍ଧସଦ୍ଭଶ.
ଗ୍ରୀନଭିଲ ଅଷ୍ଟିନ୍ ଜଣେ ଆମେରିକୀୟ ସାଂବିଧାନିକ ଯିଏ ଆମ ସଂବିଧାନ ନେଇ କୁହନ୍ତି : “ଚରକ୍ସଷବକ୍ଟ୍ରଗ୍ଦ ସଗ୍ଧ ସଗ୍ଦ ଗ୍ଧଷର ଶକ୍ସରବଗ୍ଧରଗ୍ଦଗ୍ଧ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ଙ୍ଖରଦ୍ଭଗ୍ଧଙ୍କକ୍ସର ଗ୍ଦସଦ୍ଭମର ଗ୍ଧଷବଗ୍ଧ କ୍ଟକ୍ସସଶସଦ୍ଭବଗ୍ଧରୟ ସଦ୍ଭ କ୍ଟ୍ରଷସକ୍ଷବୟସକ୍ଷକ୍ଟ୍ରଷସବ ସଦ୍ଭ ୧୭୮୭… ଲସକ୍ସଗ୍ଦଗ୍ଧ ବଦ୍ଭୟ ଲକ୍ଟକ୍ସରଜ୍ଞକ୍ଟଗ୍ଦଗ୍ଧ ବ ଗ୍ଦକ୍ଟମସବକ୍ଷ ୟକ୍ଟମଙ୍କଜ୍ଞରଦ୍ଭଗ୍ଧ.
ଞଷର ଜ୍ଞରହକ୍ଟକ୍ସସଗ୍ଧଚ୍ଚ କ୍ଟଲ ଓଦ୍ଭୟସବଦ୍ଭଗ୍ଦ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ କ୍ଟ୍ରକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭଗ୍ଦ ବକ୍ସର ରସଗ୍ଧଷରକ୍ସ ୟସକ୍ସରମଗ୍ଧକ୍ଷଚ୍ଚ ବକ୍ସକ୍ସସଙ୍ଖରୟ ବଗ୍ଧ ଲଙ୍କକ୍ସଗ୍ଧଷରକ୍ସସଦ୍ଭଶ ଗ୍ଧଷର ବସଜ୍ଞ ଗ୍ଦକ୍ଟମସବକ୍ଷ କ୍ସରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟକ୍ସ ବଗ୍ଧଗ୍ଧରଜ୍ଞକ୍ଟ୍ରଗ୍ଧ ଗ୍ଧକ୍ଟ ଲକ୍ଟଗ୍ଦଗ୍ଧରକ୍ସ ଗ୍ଧଷସଗ୍ଦ କ୍ସରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ରଗ୍ଦଗ୍ଧବଭକ୍ଷସଗ୍ଦଷସଦ୍ଭଶ ମକ୍ଟଦ୍ଭୟସଗ୍ଧସକ୍ଟଦ୍ଭଗ୍ଦ ଦ୍ଭରମରଗ୍ଦଗ୍ଦବକ୍ସଚ୍ଚ ଲକ୍ଟକ୍ସ ଗ୍ଧଷର ବମଷସରଙ୍ଖରଜ୍ଞରଦ୍ଭଗ୍ଧ.
ଏସବୁ ଦୃଷ୍ଟିରୁ ବିଚାର କଲେ ଭାରତର ସଂବିଧାନ ଏକ ମହାନ୍ ଦଲିଲ୍ । ଆମ ଭାରତ ମହାନ୍ । ଏଣୁ ଏହି ମହାନ ଦେଶର ୨୬ ଜାନୁୟାରୀ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଏହାକୁ ଦେଶର ରାଜଧାନୀ ଦିଲ୍ଲୀ ଓ ରାଜ୍ୟ ରାଜଧାନୀ ତଥା ଦେଶର କୋଣ ଅନୁକୋଣରେ ମହାସମାରୋହରେ ପାଳିତ ହୁଏ । ସେଦିନ ଦିଲ୍ଲୀର ରାଇସିନା ହିଲ (ରଷ୍ଟ୍ରପତି ଭବନ) ଠାରୁ ରାଜପଥ ଦେଇ ଏଣ୍ଡିଆ ଗୋଟ୍ ଯାଏଁ ପ୍ୟାରେଡ଼୍ ଚାଲେ । ଇଣ୍ଡିଆ ଗେଟ୍ (ଯାହାକି ରାଜପଥର ଶେଷପ୍ରାନ୍ତ) ଠାରେ ସହୀଦ ଯେଉଁମାନେକି ଦେଶର ସ୍ୱାଧୀନତା ସଂଗ୍ରାମରେ ଏବଂ ପରେ ଦେଶର ସାର୍ବଭୌମତ୍ୟ ରକ୍ଷା କରିବାରେ ଜୀବନ ଉତ୍ସର୍ବ କରିଛନ୍ତି, ସେହିମାନଙ୍କ ଉଦ୍ଦେଶ୍ୟରେ ଆମର ପ୍ରଧାନମନ୍ତ୍ରୀ ‘ଅମର ଜ୍ୟୋତି’ ଠାରେ ପୁଷ୍ପାର୍ଘ୍ୟ ଅର୍ପଣ କରନ୍ତି । ଏହାପରେ ସେ ଅନ୍ୟାନ୍ୟ ନିମନ୍ତ୍ରିତ ମହାମାନ୍ୟମାନଙ୍କ ସହ ପତାକା ଉତ୍ତୋଳନ ସ୍ଥଳରେ ଉପସ୍ଥିତ ହୁଅନ୍ତି । ଏହା ପରେ ପରେ ରାଷ୍ଟ୍ର୍ରପତି ସେଠାରେ ଉପସ୍ଥିତ ହୋଇ ଜାତୀୟ ପତାକା ଉତ୍ତୋଳନ କରନ୍ତି । ପରେ ପରେ ଜାତୀୟ ସଂଗୀତ ବୋଲା ଯାଏ ଏବଂ ୨୧ଟି ତୋପ ସଲାମୀ ଦିଆଯାଏ । ଏହାପରେ କ୍ରମାନ୍ୱୟରେ ଚାଲେ ସୈନ୍ୟବାହିନୀର ତିନି ବିଭାଗ : ଜଳ, ସ୍ଥଳ ଓ ଆକାଶ ବାହିନୀର ମାର୍ଚ୍ଚଫାଷ୍ଟ । ସେମାନେ ସମସ୍ତେ ନିଜସ୍ୱ ସାମରିକ ଶୈଳୀରେ ସୁନ୍ଦର ଭାବରେ ଅନୁମୋଦିତ ପୋଷାକ ଦ୍ୱାରା ଶୋଭିତ ଥଆନ୍ତି । ସେମାନେ ରାଷ୍ଟପ୍ରତିଙ୍କୁ ସଲାମୀ ବା ସାଲ୍ୟୁଟ୍ ଜଣାନ୍ତି ଏବଂ ରାଷ୍ଟ୍ରପତି ଏହି ଅଭିବାଦନ ଗ୍ରହଣ କରନ୍ତି । ରାଷ୍ଟ୍ରପତି ହେଉଛନ୍ତି ସାମରିକ ବିଭାଗର ସର୍ବୋଚ୍ଚକର୍ତ୍ତା । ସେମାନଙ୍କ ସାଙ୍ଗକୁ ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବଛାବଛି ହୋଇ ଆସିଥିବା ଏନ୍.ସି.ସି., ଏସି.ସି. ଗାଇଡ଼୍ ଏବଂ ସ୍କାଉଟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥାନ୍ତି । ଏହାପରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ତୋରଣ , ମେଢ଼ ଓ ପରେଡ଼ମାନଙ୍କର ଆକର୍ଷଣୀୟ ପ୍ରଦର୍ଶନ କରାଯାଏ । ଏହି ଅବସରେ ସୈନ୍ୟବିଭାଗ ତଥା ଅନ୍ୟାନ୍ୟ ଦୁଃସାହାସିକ କାର୍ଯ୍ୟପାଇଁ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଉପାଧି ଓ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥାଏ । ଏହି ସମୟରେ ଆକାଶ ବାହିନୀର ଲଢ଼ୁଆ ଉଡ଼ାଜାହଜମାନଙ୍କର ଆକାଶରେ ଫ୍ଲାଗଫାଷ୍ଟ ଚାଲିଥାଏ ଏବଂ ସେମାନେ ଆକଶମାର୍ଗରୁ ଏହି ଉତ୍ସବକୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି ଦ୍ୱାରା ଅତ୍ୟନ୍ତ ଚମତ୍କୃତ ଏବଂ ଉପଭୋଗ୍ୟ କରିଥାଆନ୍ତି ।
ଅନୁରୂପ ଉତ୍ସବମାନ ରାଜ୍ୟ ରାଜଧାନୀମାନଙ୍କରେ ଚାଲେ । ରାଜ୍ୟ ରାଜଧାନୀରେ ରାଜ୍ୟପାଳମାନେ ଅଭିବାଦନ ଗ୍ରହଣ କରନ୍ତି । ତାଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ, ଅନ୍ୟସ୍ଥାନ ମାନଙ୍କରେ ମନ୍ତ୍ରୀ ବା ଅଫିସରମାନେ ଅଭିବାଦନ ଗ୍ରହଣ କରନ୍ତି ।
ଏହିଦିନ ରାଷ୍ଟ୍ରପତି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥା’ନ୍ତି । ତେବେ ଉତ୍ସବ ଆରମ୍ଭରେ ଅମର ଶହୀଦମାନଙ୍କ ପ୍ରତି ସ୍ମୃତିଚାରଣ କରାଇଥାନ୍ତି ।
ଏହି ଦିନର ସମସ୍ତ କାର୍ଯ୍ୟକ୍ରମ ଦୂରଦର୍ଶନ ଏବଂ ଆକାଶବାଣୀ ମାଧ୍ୟମରେ ଦେଶସାରା ପ୍ରଦର୍ଶିତ ଓ ପ୍ରଚାରିତ ହୁଏ ଏବଂ ଏହଦିନ ଦେଶର ସର୍ବତ୍ର ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ବା ଦପ୍ତରରେ ଏମିତିକି ସର୍ବ ସାଧାରଣ ସ୍ଥାନମାନ ଉତ୍ସବ ମୁଖରିତ ଥାଏ । ଏହା ଆମପାଇଁ ଏବଂ ଦେଶର ଭବିଷ୍ୟତ ପାଇଁ ଏକ ମହାନ୍ ପରମ୍ପରା ହୋଇ ପାଳିତ ହେଉଅଛି ଏବଂ ହେଉଥିବ ।
ବିଭିନ୍ନତା ମଧ୍ୟରେ ଏକତା ଓ ସଂହତିର ମହାନ ଜାତୀୟତା ଭାବ ବହନକରେ ଏଇ ଭାରତର ସାଧାରଣତନ୍ତ୍ର ଦିବସ ୨୬ ଜାନୁୟାରୀ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮