ଆମ ସାହିତ୍ୟ ପରିବାରର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା

ବ୍ୟାସନଗର (ଯୁଗାବ୍ଦ ନ୍ୟୁଜ)ବ୍ୟାସନଗରର ବ୍ୟାସଦେବ ଟାଉନହଲ ଠାରେ ଆମ ସାହିତ୍ୟ ପରିବାରର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ବିଶ୍ବଭାରତୀ ଶାନ୍ତି ନିକେତନର ଅବସରପ୍ରାପ୍ତ ପ୍ରାଧ୍ୟାପକ ବୈଷବ ଚରଣ ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା ସ୍ତମ୍ଭକାର ନିରଂଜନ ପାଢୀ, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରଷ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟକ ପଣ୍ଡିତ ସୂର‌୍ୟ୍ୟମଣି ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଚାରଣ ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦପାଠ କରିଥିଲେ । ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ବାରିପଦା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ କବି, କବିୟତ୍ରୀ ଯୋଗଦେଇ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । କବିତା ଆସର ପ୍ରଥମ ଅଧିବେଶନରେ କବି ସନ୍ଧ୍ୟାରାଣୀ ଘଡାଇ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପିକା ମାଙ୍ଗଳିକା ଦାସ ଓ ରୀନା ମହାପାତ୍ର ସଂଯୋଜିକା ଭାବେ ମଂଚ ପରିଚାଳନା କରିଥିଲେ । ଦ୍ବିତୀୟ ଅଧିବେଶନରେ କବି ମଧୁସ୍ମିତା ନାୟକ, ଲବଙ୍ଗଲତା ପରିଡା, ଅନିନ୍ଦିତା ଦାସ ସଂଯୋଜିକା ଭାବେ ସ୍ଥାନ ପାଇଥିଲେ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ପ୍ରତିଭାବାନ୍ ଲେଖକ,ପ୍ରାବନ୍ଧିକ, ଗାଳ୍ପିକ, କବି, କବିୟତ୍ରୀଙ୍କୁ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତିଲିପି, ଚିରନ୍ତିନି, ବଉଳ ଫୁଲ, ବ୍ୟାସସରୋବର ସାହିତ୍ୟ ବାଟିକା, ନୀଳାଚଳ ସାହିତ୍ୟ ସଂସଦ, ଆଜ୍ଞ ନମସ୍କାର, ସଂଯୋଗୀ ସାହିତ୍ୟ ସଂସଦ, କାଶତଣ୍ଡି, ଅନନ୍ୟା ସାହିତ୍ୟ ସଂସଦ, କାମୁଡେଇ ସାହିତ୍ୟ ସଂସଦ, ଲିଙ୍ଗେଶ୍ୱର ସାହିତ୍ୟ ସଂସଦ, କୁଶଳେଶ୍ବର ସାହତ୍ୟ ସଂସଦ, ସୁକିନ୍ଦା ସାହିତ୍ୟ ସମାଜ ଆଦି ଆହୁରି ଅନେକ ଜିଲ୍ଲାର ସାହିତ୍ୟ ସଂଗଠନର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଲାରେ ତଥା ବ୍ୟାସନଗର ସହରରେ ଏଭଳି ଏକ ଭବ୍ୟ ସାହିତ୍ୟ ସମାରୋହର ସୁନ୍ଦର ଅୟୋଜନ ପାଇଁ ଅତିଥି ମାନେ ଆୟୋଜକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଶେଷରେ ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ