ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ସ୍ୱୟଂସିଦ୍ଧା
ଶେରଗଡ, (ଦେବୀ ପ୍ରସାଦ ଦାଶ):ବିଶ୍ୱ ମହାମାରି କରୋନା ଭାଇରସ ଦିନ କୁ ଦିନ ବଢ଼ିବାରେ ଲାଗିଛି l ଓଡିଶା ଗଞ୍ଜାମ ଜ଼ିଲ୍ଲାର ସବୁଠୁ ଅଧିକ ସଂକ୍ରମିତ ହେବାରେ ଲାଗିଛି l ଏଥି ଲାଗି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନବା ଜ଼ିଲ୍ଲାପାଳ ଆରମ୍ଭ କରିଛନ୍ତି ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ବା ସ୍ୱୟଂ ସିଦ୍ଧା l ଗଞ୍ଜାମ ଜ଼ିଲ୍ଲା ଶେରଗଡ଼ ବ୍ଲକ ର ସମସ୍ତ ପଂଚାୟତରେ ବିଡ଼ିଓ ଶ୍ରୀ ସୁରଞ୍ଜନ ସାହୁଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି ଆଜି ବ୍ରାହ୍ମଣ ଛାଇ ଗ୍ରାମ ପଂଚାୟତ ରେ ବ୍ଲକ ସଂଯୋଜକ ଆଲୋକ କୁମାର ପଟ୍ଟନାୟକ ଉପସ୍ଥିତ ରହି କରୋନା ରୁ ଜନସାଧାରଣ କିପରି ସଚେତନ ରହିବ ସମସ୍ତ ସ୍ୱଚ୍ଛସେବୀ କୁ ସଚେତନ କରିଥିଲେ ନିଜେ ସଚେତନ ରହିବl ସହିତ ପ୍ରତ୍ୟେକ ଗ୍ରାମ ରେ କେମିତି ସଚେତନ ରହିବ ତାହା ଉପରେ ଆଲୋଚନା କରି ଉପସ୍ଥିତ ସ୍ୱଚ୍ଛ ସେବୀ ମାନଂକୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ରାହ୍ମଣଛାଇ ପଂଚାୟତ ର ବିଜୁ ଯୁବ ବାହିନୀର ସଦ୍ୟସ ମାନେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକ ମାନେ ଓ ମିଶନ ଶକ୍ତିର କର୍ମୀ ଏବଂ ଗ୍ରାମର ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲା l ଆଗାମୀ ଦିନରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରାଯାଇଥିଲା l