ଆମ ହସ୍ପିଟାଲ ନିର୍ମାଣ କୁ ନେଇ ବିଜେଡି ବିଜେପି ମଧ୍ୟରେ ତୁ ତୁ ମେ ମେ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ମେଡିକାଲ ପରିସରରେ ଆମ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ଦଳ ମଧ୍ୟରେ ତୁ ତୁ ମେ ମେ ଚାଲିଛି ଯାହା ସାଧାରଣ ରେ ବେଶ କୌତୁହଳ ସୃଷ୍ଟି କରିଛି। ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବିଜେପି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ରେ ଦଳୀୟ ନେତା ମାନେ ଅଭିଯୋଗ କରିବାପରେ ଅଭିଯୋଗ କୁ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଖଣ୍ଡନ କରାଯାଇଛି ।ଆମ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ନେ଼ଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କୁହନ୍ତି ୫ଟି ଯୋଜନା ରେ ନୂତନ ଭାବେ ନିର୍ମିତ ହେଉଥିବା ନିମାପଡ଼ା ମେଡ଼ିକାଲ ଆମ ହସ୍ପିଟାଲ ଯୋଜନା ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ। ଏହି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ବିଜେପି ନେତା ଦିଲ୍ଲୀପ ନାୟକ ଅଭିଯୋଗ କରି ଆସନ୍ତା ୧୯ ତାରିଖ ରେ ୫ଟି ସଚିବ ନିମାପଡ଼ା ଆସୁଥିବାରୁ ତାଙ୍କୁ ଏ ସମ୍ପର୍କ ରେ ଏକ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ବିଜେପି ଯେଉଁ ଅଭିଯୋଗ କରିଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ।ଟେଣ୍ଡର ମାଧ୍ୟମରେ ସମସ୍ତ ସରକାରୀ ନୀତି ନିୟମ ଅନୁଯାୟୀ ଆମ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ହେଉଛି ।ଏଥିରେ କୌଣସି ଅନିୟମିତତା ଅଥବା ନିମ୍ନମାନର କାର୍ଯ୍ୟ ହେବାର ପ୍ରଶ୍ନ ଉଠୁନି ବୋଲି ବିଜେଡି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଡକାଯାଇ କୁହାଯାଇଛି ।ନିମାପଡ଼ା ର ବିକାଶକୁ ବିଜେପି ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନ ରେ ଦୁର୍ନୀତି ର କଥା କେଉଠୁଁ ଉଠୁଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନଗର ସଭାପତି ଜିବନାନନ୍ଦ ମହାପାତ୍ର ଓ ବ୍ଲକ ସଭାପତି ଅଶୋକ ସାହୁ କହିଛନ୍ତି ।ବିଜେଡିର ଆୟୋଜିତ ଖବର ଦାତା ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ସାଂସଦ ଙ୍କ ବିଜ୍ଞାପିତ ଅଞ୍ଚଳ ପ୍ରତିନିଧି ସନାତନ ପ୍ରଧାନ ,ଉପ ନଗର ପାଳ ସନ୍ତୋଷ କୁମାର ଦାସ ,ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆମ ହସ୍ପିଟାଲ ନିର୍ମାଣ କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ତୁ ତୁ ମେ ମେ ଚାଲିଥିବାରୁ ଏହା ନିମାପଡ଼ା ରାଜନୀତି କୁ ବେଶ ଉଷ୍ମ କରି ଦେଇଛି।


