ଆରଏସଏସ ପକ୍ଷରୁ ବିଜୟା ଦଶମୀ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳିି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ‘ଆରଏସଏସ’ର ପ୍ରତିଷ୍ଠା ଦିବସ ଏବଂ ବିଜୟା ଦଶମୀ ପାଳିତ ହୋଇଯ।।ଇଛି ।ଏହି ଅବସରରେ ସହର ବ୍ରିଟ କଲ୍ୟାଣ ମଣ୍ଡପରେ ଏକ ବିଶେଷ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା । ଧ୍ୱଜା ଉତ୍ତୋଳନ ପରେ ପଥ ସଂଚଳନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ବ୍ରିଟ କଲ୍ୟାଣ ମଣ୍ଡପରୁ ଏହି ସଂଚଳନ ଶୋଭାଯାତ୍ରା ବାହାରି ଏଡିଏମ ଛକ, ପଢୁଆପଦା, ଆଜିମାବାଦ, କଲେଜ ରୋଡ, ଗଡ଼ଗଡିଆ ଛକ ଦେଇ ମୋତିଗଞ୍ଜ, ସିନେମା ଛକ ଓ ଜିଲା ସ୍କୁଲ ରାସ୍ତାରେ ପରିକ୍ରମା କରିବା ସହ ପୁଣି କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା । ଏଠାରେ ସୂର୍ଯ୍ୟ ନମସ୍କାର, ଯୋଗାସନ, ଦଣ୍ଡ ଓ ବ୍ୟାୟାମ ପ୍ରଭୃତି ବିଭିନ୍ନ ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ସେଠାରେ ଆୟୋଜିତ ବୌଦ୍ଧିକ ସଭାରେ କବି ପ୍ରଶାନ୍ତ ଦାସ ଅତିଥିଭାବେ ଯୋଗ ଦେଇ ସ୍ୱୟଂ ସେବକମାନଙ୍କୁ ବିଜୟା ଦଶମୀର ଶୁଭେଛା ଜଣାଇଥିଲେ । ବାଲେଶ୍ୱର ନଗର ସଂଘ ଚାଳକ ଗୋପାଳ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା ସହ ବିଜୟା ଦଶମୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ୧୯୨୫ ମସିହାରେ ବିଜୟା ଦଶମୀ ଦିନ ସଂଘ ପ୍ରତିଷ୍ଠା ହୋଇଥିଲା । ହିନ୍ଦୁ ସମାଜକୁ ସଂଗଠିତ କରି ସମଗ୍ର ଭାରତ ବର୍ଷକୁ ଏକ ବୈଭବଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ଉଦେଶ୍ୟରେ ସଂଘ ପ୍ରତିଷ୍ଠା କରାଯାଇଥିଲା ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।


