ଆରଏସ୍ଏସ୍ ତରଫରୁ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର,-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ତରଫରୁ ଆଜି ସକାଳେ ସ୍ଥାନୀୟ ଏଜି ଛକରେ ଥିବା ବାବାସାହେବଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପଶ୍ଚିମବଙ୍ଗ,ସିକିମ୍, ଆଣ୍ଡାମାନ ନିକୋବର ଓ ଓଡିଶା କ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିସହିତ ସାମାଜିକ ସମରସତା ମଂଚର ରାଜ୍ୟ ସଂଯୋଜକ ଘନଶ୍ୟାମ ମହାପାତ୍ର, ସୁବ୍ରତ କୁମାର ତ୍ରିପାଠୀ,ଜୟକୃଷ୍ଣ ପୃଷ୍ଟି,ରାଜେଶ୍ୱର ରାଉତ, ରାଜେଶ୍ୱର ରାୟ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସଂଘର ମହାନଗର ସଂପର୍କ ପ୍ରମୁଖ ଜୟକୃଷ୍ଣ ପୃଷ୍ଟି କହିଲେ ଯେ, ସଂଘ ସବୁବେଳେ ଆମ୍ବେଦକରଙ୍କ ଜନ୍ମ ଦିବସକୁ ସାମାଜିକ ସମରସତା ଦିବସ ରୂପେ ପାଳନ କରି ଆସୁଛି । ଆଜି ମଧ୍ୟ ପାଳନ କରୁଛି । ସମାଜରେ ସାମାଜିକ ସମରସତା ସୃଷ୍ଟି କରିବା ପାଇଁ ସଂଘ ଓ ଭୀମରାଓ ଆମ୍ବେଦକରଜୀଙ୍କ ଲକ୍ଷ୍ୟ ଏକ ଥିଲା । ସଂଘରେ କୌଣସି ଜାତି ଭେଦ ନାହିଁ । ବାବା ସାହେବ ୧୯୩୯ ମସିହା ଏପ୍ରିଲ ମାସ ୨୧ ତାରିଖରେ ପୁନା ଠାରେ ଅନୁଷ୍ଠିତ ହେଉଥିବା ସଂଘଶିବର ପରିଦର୍ଶନରେ ଆସି ଦେଖିଲା ପରେ ସେ ବଡ ପ୍ରଭାବିତ ହୋଇଥିଲେ । ସଂଘ ଶିବିରରେ କୌଣସି ଜାତିଭେଦ ନଥିଲା, ସବୁ ପ୍ରକାର ସାମାଜିକ ନ୍ୟାୟ, ସବୁ ପ୍ରକାର ସମତା ଥିଲା । ତାକୁ ଦେଖି ସେ ବହୁତ ଖୁସି ହୋଇଥିଲେ ଏବଂ ସଂଘପ୍ରତି ତାଙ୍କର ଆଶ୍ରୀବାଦ ମଧ୍ୟ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ