ଆରକ୍ଷଣ ଦାବି କଲା ନିଖିଳ ଉକ୍ରଳ ବିଶ୍ୱକର୍ମା ସମିତି
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ନିଖିଳ ଉକ୍ରଳ ବିଶ୍ୱକର୍ମା ସମିତି ଓଡିଶା ବାଲେଶ୍ୱର ଶାଖା ପକ୍ଷରୁ ୨୫ ତାରିଖ ଅପରାହ୍ନରେ କଳିଙ୍ଗ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଓ କେନ୍ଦ୍ର ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରି ଓବିସି ଜାତିଗତ ମାନ୍ୟତା ନଦେବା, ଓବିସି ଜାତିକୁ କେନ୍ଦ୍ର ସରକାରଏବିସିଡିରେ ଭାଗ ଭାଗ କରିଥିଲେ ହେଁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସମିତି ରାଜ୍ୟ ଓ କେନ୍ଦ୍ର ଶାଖା ସେଥିରୁ ବଞ୍ôଚତ ହୋଇଛନ୍ତି ବୋଲି ନିଖିଳ ଭାରତୀୟ ବିଶ୍ୱକର୍ମା ସମିତି ଓଡିଶା ଶାଖା ସହ ସମ୍ପାଦକ ତଥା ନିଖିଳ ଉକ୍ରଳ ବିଶ୍ୱକର୍ମା ସମିତି ରାଜ୍ୟ ସମ୍ପାଦକ ମନୋରଂଜନ ମହାରଣା ସୂଚନା ଦେଇଛନ୍ତି । ସେ କହିଛନ୍ତି କି, କେନ୍ଦ୍ର ବଢେଇ, କମାର, ପଥୁରି, କଂସାରି, ଓ ସୁନାରୀକୁ ନେଇ ଓବିସି ଜାତିଗତ ଗଠନ କରିଥିଲେ ହେଁ, ସେଥିରୁ ଓଡିଶା ଏବଂ ବାଲେଶ୍ୱର ନିଖିଳ ଓଡିଶା ବିଶ୍ୱକର୍ମା ସମିତି ବଞ୍ôଚତ ହୋଇଛନ୍ତି । ମୁଖ୍ୟତଃ ମୋଷ୍ଟ ବେକୱାର୍ଡମାନଙ୍କ ଓବିସିର ମାନ୍ୟତା ଦେଇନାହାନ୍ତି ସରକାର । ଓଡିଶା କେବଳ ବଢେଇ, କମ୍ଭାର ଓ ପଥୁରିକୁ ନେଇ ଓବିସସି ସେଲ୍ କରିଛି । ସରକାର ଯଦି ଓବିସିର ମାନ୍ୟତା ନ ଦିଅନ୍ତି, ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଶ୍ୱକର୍ମା ସମିତି ରାଜ୍ୟ ଓ ବାଲେଶ୍ୱର ଶାଖା ଭୋଟଦାନରୁ ବିରତ ରହିବେ । ଆଗାମୀ ଦିନରେ ତୃଣମୂଳ ସ୍ତରରେ ଓବିସି ପାଇଁ ଆନ୍ଦୋଳନକୁ ତୀବ୍ରତର ହେବ ବୋଲି ଶ୍ରୀ ମହାରଣା କହିଛନ୍ତି । ବାଲେଶ୍ୱର ଶାଖାର ସଭାପତି ତଥା ଆଇନଜୀବୀ ମାୟାଧର ମହାରଣା ସୂଚନା ଦେଇ କହିଥିଲେ କି, ବାଲେଶ୍ୱର ସଂଘ ଦୀର୍ଘ ୧୮ ବର୍ଷ ଧରି ସୃଷ୍ଟି ହୋଇଥିଲେ ହେଁ, ଏଯାଏଁ ଜିଲ୍ଲାରେ ୧୨ଟି ବ୍ଲକରେ ସଂଘ ସୃଷ୍ଟି କରାଯାଇପାରି ନାହିଁ । ଏଣୁ ଖୁବ୍ ଶୀଘ୍ର ତୃଣମୂଳ ସ୍ତରରେ ଶାଖା ସୃଷ୍ଟି କରାଯିବ । ରାଜ୍ୟରେ ଶତକଡା ୮% ଓବିସି ଥିଲା ବେଳେ ବାଲେଶ୍ୱରରେ ଶତକଡା ୬% ଓବିସି ଅଛନ୍ତି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଶାଖାର ସାଧାରଣ ସଂପାଦକ ରାଜେନ୍ଦ୍ର ରାଉତ, ଉପସଭାପତି ବାସନ୍ତୀ ନାୟକ, ଉପଦେଷ୍ଟା ସିଦେ୍ଧଶ୍ୱର ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ ।