ଆରକ୍ଷୀ ଅଧିକ୍ଷକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମଙ୍ଗଳବାର ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ଛକ ପର୍ଯ୍ୟନ୍ତ ବୁଲି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନୀ ଓ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଧ୍ୟ ଆରକ୍ଷୀ ଅଧିକ୍ଷକ ମାସ୍କ ବଂଟନ କରିଥିଲେ । ଦୋକାନରୁ ଗରାଖ ସଉଦା କିଣିବା ସମୟରେ ଯେଭଳି ସାମାଜିକ ଦ୍ୱରତା ବଜାୟ ରହେ ସେଥିପ୍ରତି ପ୍ରତ୍ୟେକ ଦୋକାନୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସାମାଜିକ ଦ୍ୱରତ୍ୱ ରକ୍ଷା ଆଇନର ଉଲ୍ଲଙ୍ଘନ କରାଗଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡାକବାଜୀ ଯନ୍ତ୍ର ମାଧ୍ୟମରେ ପୋଲିସ ପକ୍ଷରୁ ପ୍ରଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି, ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।