ଆରଡିଏମ ପକ୍ଷରୁ ଗ୍ରୀଷ୍ମକାଳୀନ ନୃତ୍ୟ କର୍ମଶାଳା
ବାଲେଶ୍ୱର : ଆରଡିଏମ ଡ୍ୟାନ୍ସ ଏକାଡେମୀର କୁରୁଡା ସ୍ଥିତ ଅନୁଷ୍ଠାନ ପରିସରରେ ପଂଚ ଦିବସୀୟ ନୃତ୍ୟ କର୍ମଶାଳାର ଉଦ୍ଯାପନ ହୋଇଯାଇଛି । କର୍ମଶାଳାକୁ ଅନୁଷ୍ଠାନର ସଭାପତି ଅପରାଜିତା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାଳେ ୫୦ରୁ ଉର୍ଦ୍ଧ ଆଧୁନିକ ନୃତ୍ୟଶଳ୍ପୀ କର୍ମଶାଳାରେ ଅଂଶଗ୍ରହଣ କରି ନୃତ୍ୟଶିକ୍ଷା ଗ୍ରହଣ କରିଥିଲେ । ପଂଚ ଦିବସୀୟ ନୃତ୍ୟ କର୍ମଶାଳାରେ ନୃତ୍ୟଶିଳ୍ପୀ ରାକେଶ କୁମାର ବେହେରା, କମଲ କୁମାର ବେହେରା, ରକି ନାୟକ, ଅଜିତ ମୁଖି, ଚନ୍ଦନ କୁମାର ଦାସ ବିଭିନ୍ନ ଆଧୁନିକ ନୃତ୍ୟଶୈଳୀ ସହିତ ପିଲାମାନଙ୍କୁ ଅବଗତ କରାଇବା ସହ ନୃତ୍ୟଶିକ୍ଷା ପ୍ରଦାନ କରିଥିଲେ । କର୍ମଶାଳାର ଶେଷ ଦିନରେ ବିଶିଷ୍ଟ ନୃତ୍ୟଶିଳ୍ପୀ ସିମାଂଚଳ ବେହେରା (ମୁମ୍ବାଇ) ଯୋଗଦାନ କରି ନିଜର ନୃତ୍ୟ ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ପିଲାମାନଙ୍କୁ ବିଶେଷ ତାଲିମ ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ, ରୂପାୟନ ର ସଂପାଦିକା ଶ୍ରଦ୍ଧାଞ୍ଜଳୀ ରାଏ, ଜ୍ଞାନଶ୍ରୀର ସଂପାଦକ ପ୍ରଶାନ୍ତ କୁମାର ପଟେଲ, ଯୁବ ନିର୍ଦ୍ଦେଶକ କ୍ରିଷ୍ଣା, କୋରିଅଗ୍ରାଫର ସତ୍ୟ ରଞ୍ଜନ ମହାଳିକ, ଅନୁଷ୍ଠାନର ଉପଦେଷ୍ଟା ସଂଜୟ କୁମାର ଦାସ, ରାକେଶ କୁମାର ଗିରି ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବା ସହିତ ନୃତ୍ୟ ପ୍ରଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ଅପରାଜିତା ଦାସ ଅନୁଷ୍ଠାନର ଆଭିମୂଖ୍ୟ ବାବଦରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂପାଦକ କୈଳାସ ଦାସ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ପକ୍ଷରୁ ଚିତ୍ରଶିଳ୍ପୀ କେଶୁ ଦାସ, ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରାଏ ଏବଂ ପ୍ରଶାନ୍ତ କୁମାର ପଟେଲଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।