ଆରଡିଓ ତରଫରୁ ସଫଳତାର ସହ ବୋମା ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଙ୍ଗଠନ (ଡିଆରଡିଓ) ସଫଳତାର ସହ ଏକ ୫୦୦ କେଜି ବର୍ଗର ଇନର୍ସିଆଲ ଦିଗ ନିର୍ଦ୍ଦେଶିତ ବୋମାକୁ ସୁ-୩୦ ଏମକେଆଇ ବାୟୁଯାନରୁ ଆକାଶ ମାର୍ଗରେ ରାଜସ୍ଥାନର ପୋଖରାନ ପରୀକ୍ଷଣ ରେଞ୍ଜରୁ ପରୀକ୍ଷଣ କରିଛି । ଏହି ବୋମା ସଠିକ ଦିଗରେ ଗତି କରି ସଠିକ ଢ଼ଙ୍ଗରେ ଲକ୍ଷ୍ୟ ଭେଦ କରିଥିଲା । ପରୀକ୍ଷଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଛି । ଏହି ଯୁଦ୍ଧାସ୍ତ୍ର ପ୍ରଣାଳୀକୁ ବିଭିନ୍ନ ଯୁଦ୍ଧ କ୍ଷେତ୍ରରେ ଉପଯୋଗ କରାଯାଇ ପାରିବ ।