ଆରପାରିରେ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ
ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଅକାଳ ବିୟୋଗ ହୋଇଛି । କିଛି ଦିନ ଧରି ଅସୁସ୍ଥ ଥିବା ତୁଷାର ଆଜି ଭୋର୍ ୪ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାମୀ ଓ ଦୁଇ କଲେଜ ପଢ଼ୁଆ ଝିଅଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି ସେ ।କିଛି ଦିନ ତଳେ ଶ୍ରୀମତୀ ଶର୍ମା ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ଅବସ୍ଥାରେ ଉନ୍ନତି ନ ହେବାରୁ ଗତ ୨ ତାରିଖରେ ତାଙ୍କୁ ସ୍ଥାନୀୟ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତରମାନଙ୍କ ସକଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଡ. ଶର୍ମା, ଦୁଇ ଝିଅ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ଅପରାହ୍ନରେ ତାଙ୍କର ଶବ ସତ୍କାର ହେବ ବୋଲି ସୂଚନା ମିଳିଛି