ଆରପାରିରେ ସୁଷମା ସ୍ୱରାଜ
ପୂର୍ବତନ ବୈଦଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁରଷା ସ୍ୱରାଜଙ୍କ ୬୭ ବୟସରେ ଦିଲ୍ଳୀ ଏମସରେ ରେ ତାଙ୍କର ପରଲୋକ ହୋଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତିକରାଯାଇଥିଲା । ଚିକିସ୍ରାଧିନ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଧାରା ୩୭୦ ଲୋକ ସଭାରେ ବିଲ ପାସ ହୋଇଥିବାରୁ ସେ ନିଜର ଖୁସୀ ଜାହିର କରିଥିଲେ । ଏହା ସହ ସେ ଏହି ଦିନକୁ ସେ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ସେ କହିଥିଲେ । ଟ୍ୱିଟ୍ କରି ଖୁସୀ ଜାହିର କରିବାର କିଛି ସମୟ ପରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ତାଙ୍କର ଏଭଳି ଆକସ୍ମିତ ମୃତ୍ୟୁ ସ୍ତବ୍ଧ କରିଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଡ ହର୍ଷବର୍ଦ୍ଧନ ,ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ,ଦିଲ୍ଲୀ ଏମ୍ସରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ଜୀବନକାଳ ମଧ୍ୟରେ ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ,ବିଜେପିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ,ଏକ ଜାତୀୟ ଦଳର ପ୍ରଥମ ମହିଳା ପ୍ରବକ୍ତା ଲୋକସଭାରେ ପ୍ରଥମ ମହିଳା ଦଳର ବିରୋଧି ମନ୍ତ୍ରୀ ଓ ସେ ରାଜନୈତିକ ଜୀବନୀ କାଳରେ ବିଦେଶରେ ପଶି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଭାରତକୁ ଫେରାଇ ଆଣିବା ,ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକରିଥିଲେ । ତେଣୁ ଏହି ଭଳି ଜଣେ ପ୍ରତିଭାବାନ ନେତ୍ରୀ ଙ୍କୁ ହରାଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ୧୯୫୨ ମସିହା ଫେବୃୟାରୀ ୧୪ ତାରିଖ ହରିଆନାର ଆମ୍ବାଲାରେ ବାପା ହରଦେବ ଶର୍ମା ,ମାତା ଲକ୍ଷ୍ମୀଦେବୀ ପ୍ରିୟା ଗର୍ଭରୁ ଜାତ ହୋଇଥିଲେ । ସେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଜଣେ ଟାଣୁଆ ନେତା ଓ ଲୋକପ୍ରିୟ ନେତା ରହିଥିଲେ । ତାଙ୍କ ଜୀବନ କାଳରେ ସେ ପ୍ରଥମେ ସୁପ୍ରିମକୋର୍ଟର ଓକିଲ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ସେ ରାଜନୀତିରେ ଯୋଗ ଦେଇ ଜଣେ ଟାଣୁଆ ନେତ୍ରୀ ଭାବେ ବେଶ ପରିଚିିତ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାର ପରେ ସାରାଦେଶ ସ୍ତବ୍ଧ ହୋଇଯିବା ସହ ଶୋକରେ ବୁଡିଛି ସାରାଦେଶ ।