ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଜନନେତା ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାପିଟାଲ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ସ୍ୱାଧୀନତା ସଂଗ୍ରାମୀ ସହ ତିନିଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଭବାନୀ ଚରଣ ପଟ୍ଟନାୟକ। ସ୍ବାଧୀନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଣ୍ଢିଆ ଗ୍ରାମରେ ଜନ୍ମ ହୋଇଥିଲେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ । ଗାନ୍ଧିବାଦ ଉପରେ ବିଶ୍ୱାସ କରୁଥିବା ଭବାନୀ ଚରଣ ପଟ୍ଟନାୟକ ବିଜୁ ବାବୁଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ ।
ପଦ୍ମଶ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଭବାନୀ ପଟ୍ଟନାୟକଙ୍କୁ ଜଣେ ମହାନ ଦେଶପ୍ରେମୀ ଥିଲେ ଏବଂ ସେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ନିଜର ଜୀବନ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି ନବୀନ। ତାଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଏକ ପ୍ରକୃତ ଗାନ୍ଧୀବାଦୀ ନେତା ଏବଂ କର୍ମଯୋଗୀଙ୍କୁ ହରାଇଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀ ପଟ୍ଟନାୟକଙ୍କ ମୃତ୍ୟୁରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ