ଆରପାରିରେ ୱିଙ୍ଗ୍କମାଣ୍ଡର ରାଜ ରଞ୍ଜନ ପଟ୍ଟନାୟକ
ଭାରତୀୟ ବାୟୁ ସେନାର ଅବସରପ୍ରାପ୍ତ ୱିଙ୍ଗ୍କମାଣ୍ଡର ରାଜ ରଞ୍ଜନ ପଟ୍ଟନାୟକଙ୍କ ୫୬ ବର୍ଷରେ ହୃଦ୍ଘାତରେ ଦେହାନ୍ତ ହୋଇଛି ।୧୯୮୫ ମସିହାରେ ଭାରତୀୟ ବାୟୁ ସେନାରେ ଯୋଗଦେଇ ୨୦୦୫ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୱିଙ୍ଗ୍କମାଣ୍ଡର ପଟ୍ଟନାୟକ । ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କ ଅଧିନରେ ନୂଆଦିଲ୍ଲୀ ସ୍ଥିତ ଡିଫେନ୍ସ୍ ପ୍ରୋକ୍ୟୋରମେଂଟ୍ ବୋର୍ଡରେ କାମ କରିବାସହ ଦେଶର ଅନ୍ୟ ରାଜ୍ୟସମେତ ବିଦେଶରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ଦକ୍ଷତାର ସହ କାର୍ଯ୍ୟସମ୍ପାଦନ କରିଛନ୍ତି । ୱିଙ୍ଗ୍କମାଣ୍ଡର ପଟ୍ଟନାୟକ ହେଉଛନ୍ତି ପୂର୍ବତନ ବ୍ରହ୍ମପୁର ସାଂସଦ ସ୍ୱର୍ଗତ ଉମାଚରଣ ପଟ୍ଟନାୟକଙ୍କ ଜ୍ୟେଷ୍ଠ ନାତି । ତାଙ୍କ ପତ୍ନୀ ଲେଫ୍ଟନାଟ୍କର୍ଣ୍ଣେଲ ଭାରତୀୟ ସ୍ଥଳ ସେନାରୁ ଅବସର ନେଇଛନ୍ତି । ଅବସରକାଳୀନ ଜୀବନରେ ୱିଙ୍ଗ୍କମାଣ୍ଡର ପଟ୍ଟନାୟକ ଜଣେ ସଫଳ ଉଦ୍ୟୋଗପତି ହେବା ସହିତ ଜଣେ ସମାଜସେବି ରୂପେ ପରିଚିତ ଥିଲେ ।