ଆରପିଏଫ୍ ପକ୍ଷରୁ ସୁରକ୍ଷା ସଚେତନା

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଆରପିଏଫ୍ ଆଉଟପୋଷ୍ଟ ପକ୍ଷରୁ ଗୁରୁବାର ସ୍ଥାନୀୟ ବଡ଼ ଷ୍ଟେସନ ନିକଟ ଦକ୍ଷିଣ ଗେଟ ପାର୍ଶ୍ୱରେ ଏକ ସୁରକ୍ଷା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଉଟପୋଷ୍ଟର ଏସଆଇ ଏଲ ବି ସିଂ ଙ୍କ ପୌରହିତ୍ୟରେ ଅଞ୍ଚଳବାସୀଙ୍କୁ ଶୋଭାଯାତ୍ରା ମାଧ୍ୟମରେ ରେଳଧାରଣା କିଭଳି ସାବଧାନର ସହ ପାର ହେବା, କୌଣସି ଦୁର୍ଘଟଣା ଆଶଙ୍କା ଥିଲେ 139 ନମ୍ବରକୁ ଫୋନ୍ କରିବା, ଚଳନ୍ତା ଟ୍ରେନ୍ ଉପରକୁ ଟେକାପଥର ନଫୋପାଡିବା, ବିନା ଟିକେଟ୍‌ରେ ଭ୍ରମଣ ନ କରିବା, ସର୍ବଦା ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଉପରେ ସଚେତନତା କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଆଉଟପୋଷ୍ଟର ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ