ଆରପିଏଫ ଷ୍ଟାପ ପକ୍ଷରୁ ରେଳ ଷ୍ଟେସନ ଅଂଚଳରେ ଯାଂଚ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଗୁରୁବାର ଦିନ ସବୁଠି ପାଳନ ହେବ ପବିତ୍ର ୭୩ତମ ସ୍ୱାଧୀନତା ଦିବସ । ଅନ୍ୟପଟେ କାଶ୍ମୀର ପ୍ରସଙ୍ଗକୁ ନେଇ ପୂର୍ବରୁ ସବୁଠି ହାଇଆଲର୍ଟ ଜାରୀ କରାଯାଇଥିବାଳେ ଅଗଷ୍ଟ ୧୫ତାରିଖରେ କୈାଣସି ଅଘଟଣକୁ ଏଡାଇବା ପାଇଁ ସବୁଆଡେ ସମସ୍ତ ପ୍ରସ୍ତୁତି କରାଯାଇଛି । ରାସ୍ତାରେ ଯାନବାହାନ ଯାଂଚ ସହ ସମୁଦ୍ର ତଟ, ଟ୍ରେନ, ରେଳ ଷ୍ଟେସନ ଏବଂ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ଆଜି ଛତ୍ରପୁର ବଡ ଷ୍ଟେସନ ଠାରେ ଛତ୍ରପୁର ଆରପିଏଫ ର ଆଉଟପୋଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଟିମ୍ ଟ୍ରେନ୍ ,ପ୍ଲାଟଫର୍ମ, ସାଇକେଲ ଷ୍ଟାଣ୍ଡ, ଟିକେଟ୍ ବୁକିଂ କାଉଣ୍ଟର,ଟ୍ରେନ ରହଣି ସ୍ଥାନ ଏବଂ ରେଳ ଷ୍ଟେସନ ଅଂଚଳରେ ବିଭିନ୍ନ ପ୍ରକାର ଯାଂଚ କରିଛନ୍ତି । ଏଥିରେ ଛତ୍ରପୁର ଆରପିଏଫ ଆଉଟପୋଷ୍ଟର ଏସଆଇ ଏଲ.ବି ସିଂ ଓ ଏଏସଆଇ ଏସ.ଏ ପାତ୍ରଙ୍କ ସମେତ ବହୁ ଷ୍ଟାପ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ