ଆରବିଏସ କନସଲଟାନସି ଓ ଜେନି ସୋଲାର ଇଲେକ୍ଟ୍ରିକାଲ ଉଦ୍ଘାଟନ ଉତ୍ସବ
ଭଂଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲାର ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ଠାରେ ଦୁଇଟି ନୂତନ ଅନୁଷ୍ଠାନ ଆରବିଏସ କନସଲଟାନସି ଓ ଜେନି ସୋଲାର ଇଲେକ୍ଟ୍ରିକାଲ ଉଦ୍ଘାଟନ ଉତ୍ସବ ସହ ବିଶ୍ଵରୂପ ସଲ୍ୟୁସନ୍ ର ୧୦ମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ତିଆଡି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ଉପରୋକ୍ତ ତିନୋଟି ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିବା ସହ ଆଗକୁ ଏହି ଅନୁଷ୍ଠାନର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ । ମୁଖ୍ୟବକ୍ତା ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ ଆରବିଏସ କନସଲଟାନସି ର ସମସ୍ତ ସେବା ଗୁଡିକ ଲୋକ ମାନଙ୍କୁ ସୁବିଧା ପ୍ରଦାନ କରିବ ବୋଲି ମତ ରଖିଥିଲେ । ପୂର୍ବ ସରକାରରେ ନୂଆଁ ଉଦ୍ୟମ ଗୁଡିକୁ ଉତ୍ସାହିତ କରାଯାଉ ନଥିବା ବେଳେ ବର୍ତ୍ତମାନର ସରକାର ନୂଆଁ ଉଦ୍ୟମ ଗୁଡିକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏହି ଅନୁଷ୍ଠାନ ଆଗକୁ ବହୁତ୍ ସେବା ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ନାୟକ କହିଥିଲେ । ସେହିପରି ଜେନି ସୋଲାର ଆଣ୍ଡ ଇଲେକ୍ଟ୍ରିକାଲ ଭଞ୍ଜନଗର ସହରକୁ ସୋଲାର ପ୍ରୋଜେକ୍ଟ ଆଣି ଅଞ୍ଚଳବାସୀଙ୍କ ପାଇଁ ବହୁତ୍ ସୁବିଧା ପ୍ରଦାନ କରିଛନ୍ତି, ବର୍ତ୍ତମାନ କେନ୍ଦ୍ର ସରକାର ନବୀକରଣ ଯୋଗ୍ୟ ଏବଂ ଗ୍ରୀନ ଏନର୍ଜି ବିନିଯୋଗ ଉପରେ ପ୍ରାଧାନ୍ୟ ଦେଉଛନ୍ତି, ଏପରି ସ୍ଥଳେ ସୌର ଶକ୍ତି ଦ୍ଵାରା ପରିଚାଳିତ ଉପକରଣ ଚାହିଦା ଆହୁରି ବଢିବା ବୋଲି ବିଧାୟକ ଶ୍ରୀ ନାୟକ ଆଶା ବ୍ୟକ୍ତ କରିଛନ୍ତି । ଭଂଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଏବଂ ସୂଚନା ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଦୁଇ ଅନୁଷ୍ଠାନ କୁ ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଓଡ଼ିଶା ପ୍ରଶାସନିକ ସେବା ୨୦୨୨ ପରୀକ୍ଷାରେ ଭଞ୍ଜନଗର ଅଞ୍ଚଳର ଦୁଇ ମେଧାବୀ ଶିକିତା ଗୌଡ଼ ଏବଂ ସୁନିଲ ସାଇ ଦେବାଶିଷଙ୍କୁ ଭଞ୍ଜନଗର ବିଧାୟକ ସମ୍ମାନିତ କରିଥିଲେ । ଦୁହେଁ ନିଜ ସଫଳତାର ଶ୍ରେୟ ନିଜ ପିତା ମାତାଙ୍କୁ ଦେବା ସହ ଆଗାମୀ ଦିନରେ ଅଞ୍ଚଳର ତଥା ଓଡ଼ିଶାର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବିଶ୍ଵରୂପ ସଲ୍ୟୁସନ ର ପ୍ରତିଷ୍ଠାତା ବି. ସୁଶାନ୍ତ ପାତ୍ର ଙ୍କ ପିତା ବି. ନୀଳମାଧବ ପାତ୍ର ଏବଂ ନୂତନ ଅନୁଷ୍ଠାନ ଜେନି ସୋଲାର ଆଣ୍ଡ ଇଲେକ୍ଟ୍ରିକାଲ ମୁଖ୍ୟ ଅଭିଳାଷ ପାଣିଗ୍ରାହୀଙ୍କ ପିତା ବିପିନ ପାଣିଗ୍ରାହୀଙ୍କୁ ବିଧାୟକ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିବା ଓମ୍ ସଙ୍ଗୀତ ଏକାଡେମୀ, ୟୁନିକ ଡେନ୍ସ ଏକାଡେମୀ, ପ୍ରଜ୍ଞା ନୃତ୍ୟାୟନ, ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର କଳାକାର ଏବଂ ଶିଶୁ କଳାକାର ଅନୁପମା ରଥଙ୍କୁ ବିଧାୟକ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା ରକ୍ଷା ଦାୟିତ୍ଵ ନେଇ ବିଧାୟକଙ୍କ ଠାରୁ ସମ୍ମାନିତ ହୋଇଥିଲେ । ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, କବି ସମ୍ରାଟ ମିଡ଼ିଆ କ୍ଳବ୍ ସଭାପତି ପ୍ରଦୀପ ସ୍ୱାଇଁ, ଘୁମୁସର ପ୍ରେସ କ୍ଲବ, ଉପସ୍ଥାପକ ଉପେନ ମିଶ୍ର, ସମାଜ ସେବୀ ମନୋଜ ମିଶ୍ର, ଅରକ୍ଷିତ ପରିଚ୍ଛା, ପ୍ରକୃତି ମିତ୍ର ଦ୍ଵିତିକୃଷ୍ଣ ଲେଙ୍କା, କଳାକାର ଅଜିତ ପଣ୍ଡା, ରୁକୁମଣି ରେଡ୍ଡୀଙ୍କୁ ମଧ୍ୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ସମ୍ମାନିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜଓକେ ଇଣ୍ଡିଆ ପ୍ରା. ଲି. ର ଭଂଜନଗର ପରିଚାଳକ ସୁବ୍ରତ କୁମାର ଦାଶ, ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ କୁମାର ମିଶ୍ର, ଡିହପଢ଼ାଳ ସରପଞ୍ଚ ପ୍ରତିନିଧି ସୁବାସ ବରାଡ, ବଡକୋଦଣ୍ଡା ସରପଞ୍ଚ ପ୍ରତିନିଧି ହୃଷୀକେଶ ପ୍ରଧାନ ଉପସ୍ଥିତ ଥିଲେ । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ପ୍ରଧାନ, ଶିବପ୍ରସାଦ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶୂଳପାଣି ଶତପଥୀ, ବିପ୍ର ଚରଣ ସାହୁ, ଭଞ୍ଜକିଶୋର ପ୍ରଧାନଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ । ସାମ୍ବାଦିକ ମାନଙ୍କ ମଧ୍ୟରେ ଜୟକୃଷ୍ଣ ପଟ୍ଟନାୟକ, ଅମରେନ୍ଦ୍ର ପଟ୍ଟନାୟକ, ପ୍ରଦୀପ ସ୍ୱାଇଁ, ପୁରୁଷୋତ୍ତମ ମହାପାତ୍ର, ବାବୁଲା ପ୍ରଧାନ, ବିଶ୍ବମ୍ବର ଜେନା, ସନ୍ତୋଷ ଜେନା, ନିଲୁ ବିଷୋୟୀ, ରବୀନ୍ଦ୍ର ପାତ୍ର, ଗୋବିନ୍ଦ ଚନ୍ଦ୍ର ଗୌଡ଼, ବିନାୟକ ଗୌଡ଼, ରଞ୍ଜିତ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରିଓ ଫାଉଣ୍ଡେସନ ମୁଖ୍ୟ ରାହୁଲ ସ୍ୱାଇଁ ଉପସ୍ଥିତ ଥିଲେ । ନ୍ୟୁ ସିଗ୍ନେଚର୍ ରେଷ୍ଟୁରାଣ୍ଟ ଦ୍ଵାରା ଅତିଥିଙ୍କ ଜଳପାନ ଏବଂ ରହଣି ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଆରବିଏସ କନସଲଟାନସି ମୁଖ୍ୟ ପରିଚାଳକ ବବି ରଥ ଅଧ୍ୟକ୍ଷତା କରିଥିବା ବେଳେ ଓଲିଉଡ ମ୍ୟୁଜିକ ଡାଇରେକ୍ଟର ତଥା ଉପସ୍ଥାପକ ଉପେନ୍ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ବିଶ୍ଵରୂପ ସଲ୍ୟୁସନ୍ ର ପରିଚାଳକ ବି. ସୁଶାନ୍ତ ପାତ୍ର ଏବଂ ଜେନି ସୋଲାର ଆଣ୍ଡ ଇଲେକ୍ଟ୍ରିକାଲ ପରିଚାଳକ ଅଭିଳାଷ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଆରବିଏସ କନସଲଟାନସି, ଜେନି ସୋଲାର ଏବଂ ବିଶ୍ଵରୂପ ସଲ୍ୟୁସନ୍ ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଆରବିଏସ କନସଲଟାନସି, ଅକସି ସେଭ୍ ପ୍ରା. ଲି. ସଂସ୍ଥାର ଏକ ଉଦ୍ୟୋଗ ଅଟେ । ଏହା ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରାଳୟ, ବିତ୍ତ ମନ୍ତ୍ରାଳୟ ଏବଂ ସୂକ୍ଷ୍ମ ଲଘୁ ମଧ୍ୟମ ଉଦ୍ୟମ ମନ୍ତ୍ରାଳୟ ଅଧୀନରେ ପଞ୍ଜୀକୃତ । ଏହି ସଂସ୍ଥା ଆଗକୁ ପର୍ଯ୍ୟଟନ, କଳା ଓ ସଂସ୍କୃତି, ସାମାଜିକ ସୁରକ୍ଷା, ସାମାଜିକ ସଚେତନତା, ହସ୍ତଶିଳ୍ପ, ବାସ୍ତୁ, ଶାରୀରିକ ଶିକ୍ଷା ଏବଂ ତାଲିମ୍, ଦକ୍ଷତା ଏବଂ କୌଶଳର ବିକାଶ, ପ୍ରାକୃତିକ ଚିକିତ୍ସା, ବିତ୍ତୀୟ ଏବଂ ଆଇନଗତ ସୁବିଧା ଦେବା ସହ ଆହୁରି ବହୁତ ସେବା ଯୋଗାଇବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଏବଂ ବ୍ୟକ୍ତି ବିଶେଷ ସଂସ୍ଥାର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କାର୍ଯ୍ୟବ୍ୟସ୍ତତା ଯୋଗୁଁ ଉଦଘାଟନ କାର୍ଯ୍ୟକ୍ରମକୁ ଆସି ପାରିନଥିବା ଘୁମୁସର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ପରବର୍ତ୍ତୀ ସମୟରେ ଆରବିଏସ କନସଲଟାନସି ପରିଚାଳକ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ଏବଂ ସ୍ବର୍ଗତ ରତନ ଟାଟାଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭ କାମନା ଜଣାଇଥିଲେ।