ଆରବିୟା ତାଲିମୁଲ ଇସଲାମ ମଦ୍ରାସା ପାଇଁ ମଞ୍ଜୁର ଅର୍ଥକୁ ତୋଷରପାତ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ବଡହାଟ ଫକିରାବାଦ ବସ୍ତୀର ବାସୀନ୍ଦାମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ମଦ୍ରାସା ଆରବିୟା ତାଲିମୁଲ ଇସଲାମ ବଡହାଟ ମୈାଜାର ଖାତା ନମ୍ବର ୪୪୫,ପ୍ଲଟ ନମ୍ବର ୩୮୧/୧୪୨୫ ଏରିଆ ଏ୦.୪୮୦ ଉପରେ ସରକାରଙ୍କ ଠାରୁ ଅନୁମତି ପାଇ ଏକ ସରକାରୀ ମଦ୍ରସା ହୋଇଥିବା ବେଳେ ଏବେ ତାହା ବେଆଇନ ଭାବରେ ଫକିରାବାଦବସ୍ତୀର ମୀନାର ମସଜିଦ ତଳେ ଚାଲୁଅଛି । ସେହି ସରକାରୀ ମଦ୍ରାସାର ଉନ୍ନତିକରଣ ନିମନ୍ତେ ଆସୁଥିବା ସରକାରୀ ଅନୁଦାନକୁ ସେହି ମଦ୍ରାସାର ପ୍ରଧାନ ଶିକ୍ଷକ ଓ କେତେକ ଅସାମାଜିକ ଲୋକ ହଡପ କରିଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ମଦ୍ରାସା ଗୃହ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ସରକାରୀ ଅନୁଦାନରେ ଜଇପୁରା ଗୋବରୀ ନଦୀ ପଠାରେ ଥିବା ବେସରକାରୀ ଆଙ୍ଗଲୋ ଆପେକ୍ସ ପବ୍ଲିକ ସ୍କୁଲ ପରିସରରେ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ମଦ୍ରାସାର ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ବେଆଇନ ନିର୍ମାଣ କାର୍ଯ୍ୟ ଓ ସରକାରୀ ଅନୁଦାନ ଅର୍ଥ ହଡପ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁଆର ହୁସେନ, ମୀର ସଲିମ, ମୀର ଆଝାର, ସେକ କବିରୁଦ୍ଦିନ, ମହମ୍ମଦ ରିୟାଜ, ଫୈଜୁଲ କରିମ, ମହମ୍ମଦ ସରିଫ, ମହମ୍ମଦ ସମିମଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ବସ୍ତୀବାସୀନ୍ଦା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।