ଆରମ୍ଭରୁ ମେସିନ ଖରାପ; ବିଳମ୍ବରେ ହେଲା ମତଦାନ

ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍‍): ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଗୁଆଳିପଡା ପଞ୍ଚାୟତର ସରକାରୀ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ପରିସରରେ ୯୨ନଂ ବୁଥ୍ର ମେସିନଟି ଖରାପ ହୋଇଯାଇଥିଲା । ଯାହାକି ପୁଲିଂ ଅଫିସରମାନେ ମେସିନକୁ ସଜାଡିବା ପାଇଁ ଚେଷ୍ଟା କରିଥିଲେ । ବିଳମ୍ବ ହେବାରୁ ଭୋଟର ହୋ ହଲ୍ଲା କରିବାରୁ ଶେଷରେ ସେକ୍ଟର ଅଧିକାରୀ ଏବିଓ ଯୁଧିଷ୍ଠିର ପରିଡାଙ୍କୁ ଜଣାଇବା ପରେ ସେ ତୁରନ୍ତ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ । ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ଓ ଇଞ୍ଜିନିୟରଙ୍କ ସହିତ ବୁଥରେ ପହଞ୍ଚି ଅଚଳ ମେସିନଟିକୁ ସଜାଡିବା ପରେ ମତଦାନ ଚାଲିଥିଲା । ସେହିପରି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନଂ ୫୯ରେ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ ଖରାପ ହୋଇଯିବାରୁ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା । ୫୫ ନଂ ବୁଥ୍ ଜଗଦଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେମିନ ଖରାପ ହେବାରୁ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ନୂତନ ମେସିନ ଅଣାଯାଇ ମତଦାନ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରାୟ ୧୫ଟି ମତଦାନ କେନ୍ଦ୍ରରେ ମେସିନ ଖରାପ ହୋଇଥିବା ବିଡିଓ କହିଥିଲେ । ଫଟୋନଂ ୬୯୯୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ