ଆରମ୍ଭ ହେବ ଆସିକା ସମବାୟ ଚିନିଶିଳ୍ପର ଆଖୁପେଡା ଋତୁ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସମବାୟ ଚିନିଶିଳ୍ପର ୬୨ତମ ଆଖୁପେଡା ଋତୁ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିଲା ବେଳେ ବୁଧବାର ପାରମ୍ପରିକ ରୀତିନୀତି ଅନୁଯାୟୀ ମାହେନ୍ଦ୍ରବେଳାରେ ବିଦ୍ୱାନ ପଣ୍ଡିତ ରାମକୃଷ୍ଣ ମିଶ୍ରଙ୍କ ମନ୍ତ୍ରୋଚାରଣରେ ପୂଜାର୍ଚ୍ଚନା ପରେ ବୟଲର୍ ଫାଏରିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଏହି ଅବସରରେ ଅନୁଷ୍ଠିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଉପବିଷ୍ଟ ହୋଇ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର ଆଖୁପେଡା କାର୍ଯ୍ୟକୁ ସୁରୁଖୁରୁରେ ସଂପାଦନ କରିବା ପାଇଁ ୩ଟି ତାପଜ ବିଦ୍ୟୁତ ଚୁଲା (ବଏଲର୍‌) ନିର୍ମାଣ ହୋଇଥିଲା ବେଳେ ପ୍ରତ୍ୟେକ ବର୍ଷ ଆଖୁପେଡା ଋତୁ ଆରମ୍ଭର ଅବ୍ୟବହିତ ପୂର୍ବରୁ ଅନ୍ୟୁନ ୭ଦିନ ଏହି ବିଦ୍ୟୁତ ଚୁଲାକୁ ଉତ୍ତପ୍ତ କରି ରଖିବା ପରେ ଆଖୁପେଡା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥାଏ । ଚିନିଶିଳ୍ପର ୬୨ତମ ଆଖୁପେଡା ଋତୁ ଆରମ୍ଭ ପୂର୍ବରୁ ବୁଧବାର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବୟଲର୍ ଫାଏରିଂ କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ସଂପାଦକ ଚିତ୍ତ ଚିନ୍ମୟ ରଂଜନ ନାୟକ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଇଂ ଶ୍ରୀନିବାସ ସାହୁ, ସହ-ଆଖୁପରିଚାଳକ ସିମାଂଚଳ ସାହୁ, ସହକାରୀ ଯନ୍ତ୍ରୀ (ବିଦ୍ୟୁତ୍‍ ବିଭାଗ) ଜ୍ୟୋତିର୍ମୟ ରାଉତ, ସହକାରୀ ଯନ୍ତ୍ରୀ (ଯାନ୍ତ୍ରିକ) ରାଧାମୋହନ ନାହକ, ହରିହର ମହାରଣା, ଦୁଷ୍ମନ୍ତ କୁମାର ପାଢୀ, କ୍ଷିପ୍ରଲେଖକ (ଷ୍ଟେନୋ) ଚନ୍ଦ୍ରଶେଖର ଲେଙ୍କା, ଆଖୁଉନ୍ନୟନ ପୂର୍ଯ୍ୟବେକ୍ଷକ ବାଇଧର ନାହାକ, ଚିରଞ୍ଜିବୀ ମହାନ୍ତି, ଧ୍ରୁବଚରଣ ସାହୁ, ସୁକାନ୍ତ ପଣ୍ଡା, ଆଖୁବିଭାଗର ମୁଖ୍ୟକିରାଣୀ ପ୍ରଶାନ୍ତ କୁମାର କର, ସିଭିଲ୍‍ ଇଞ୍ଜିନିୟର୍‍ ଇଂ ଅରୁଣ କୁମାର ପାତ୍ର, ସୁରକ୍ଷାଅଧିକାରୀ ଜଗଦିଶ୍‍ ପାତ୍ର, ନିରାପତ୍ତାଅଧିକାରୀ ରାମପ୍ରସାଦ ୟାଲ୍‍ମା, ଚିନିଶିଳ୍ପର ବରିଷ୍ଠ ପଦାଧିକାରୀ ଅନିଲ୍‍ କୁମାର ଦାଶ, ସୁମନ୍ତ କୁମାର ପଟ୍ଟନାୟକ, କାଳୀଚରଣ ପାଢୀ, ସତ୍ୟବାନ୍‍ ଲେଙ୍କା, ସୌମେନ୍ଦ୍ର କୁମାର ପଟ୍ଟନାୟକ, ରାଜେଶ୍‍ କୁମାର ନାୟକ, ବିଭୁତି ବେହେରା, ସନ୍ତୋଷ କୁମାର ପଟ୍ଟନାୟକ, ବିଷ୍ଣୁପ୍ରସାଦ ଜେନା, ଦାମୋଦର ସିୟ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସୁଜିତ୍‍ ପୃଷ୍ଟି, ଶିବରାମ ରାଉଳ, ଜୟରାମ ଯାଦବ, ଅକ୍ଷୟ କୁମାର ସ୍ୱାଇଁ, ଦୁଷ୍ମନ୍ତ କୁମାର ପାଢୀ, ଏମ୍‍.ରାମବାବୁ ଦୋରା, ବାସୁଦେବ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ୧୯୬୩ ମସିହା ଡିସେମ୍ବର ମାସରୁ ଆସିକା ସମବାୟ ଚିନିଶିଳ୍ପର ପ୍ରଥମ ଆଖୁପେଡା ଋତୁ ଆରମ୍ଭ ହୋଇଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଆଖୁଚାଷୀମାନେ ଆଖୁଚାଷ କରିବାକୁ ଯେଭଳି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦ ସଭାପତି ରବିନ୍ଦ୍ର ପଣ୍ଡା, ଆଖୁପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଚିନିଶିଳ୍ପ ପକ୍ଷରୁ ବହୁବିଧ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ଗତ ୨୦୧୨-୧୩ ଆଖୁପେଡା ଋତୁରେ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା ସମବାୟ ଚିନିଶିଳ୍ପ ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳର ୯୪୬୨ ଏକର ଜମିରେ ଆଖୁଚାଷ କରି ୧ ଲକ୍ଷ ୯୦ ହଜାର ମେଟ୍ରିକ ଟନ୍ ଆଖୁ ପେଡି ୧ ଲକ୍ଷ ୪୬ ହଜାର ୪୬୨ କୁଇଣ୍ଟାଲ୍‍ ଚିନି ଉତ୍ପାଦନ କରିଥିବା ବେଳେ ୨୦୧୩-୧୪ ଆଖୁପେଡା ଋତୁରେ ୮୭୦୭ ଏକର ଜମିରେ ଆଖୁଚାଷ କରି ୧ଲକ୍ଷ ୩୨ ହଜାର ୪୨୧ ମେଟ୍ରିକଟନ୍ ଆଖୁପେଡି ୯୨୨୦୮ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା । ସେହିଭଳି ୨୦୧୪-୧୫ ଆଖୁପେଡା ଋତୁରେ ୭୬୦୪ ଏକର ଜମିରେ ଆଖୁଚାଷ କରି ୯୮ ହଜାର ୦୮୨.୧୭ ମେଟ୍ରିକଟନ୍ ଆଖୁ ପେଡି ୮୨୩୬୭ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହେଇଥିଲା । ୨୦୧୫-୧୬ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୫୧୩୨ ଏକର ଜମିରେ ଆଖୁଚାଷ କରି ୧ଲକ୍ଷ ୯ହଜାର ୨୯୫ ମେଟ୍ରିକ୍ ଟନ୍ ଆଖୁପେଡି ପ୍ରାୟ ୮୫ହଜାର କୁଇଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ବେଳେ ୨୦୧୬-୧୭ ଆଖୁପେଡା ଋତୁରେ ୪୪୫୫ ଏକର ଜମିରେ ଆଖୁଚାଷ କରି ୭୭ହଜାର ମେଟ୍ରିକ୍ ଟନ୍ ଆଖୁପେଡି ୬୦ହଜାର ୮୪୬ କୁଇଣ୍ଟାଲ୍ ଚିନି ଉତ୍ପାଦନ କରିଥିଲା ବେଳେ ୨୦୧୭-୧୮ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୩୭୨୮ ଏକର ଜମିରେ ଆଖୁଚାଷ କରି ୭୩ ହଜାର ୭୬୯ ମେଟ୍ରିକ୍ ଟନ୍ ଆଖୁପେଡି ପ୍ରାୟ ୫୮ହଜାର କୁଇଣ୍ଟାଲ ଚିନି ଉତ୍ପାଦନ କରିଥିଲା । ୨୦୧୮-୧୯ ଆଖୁପେଡା ଋତୁରେ ସମବାୟ ଚିନିଶିଳ୍ପ ସମୁଦାୟ ୪୧୯୫ ଏକର ଜମିରେ ଆଖୁଚାଷ କରି ୫୪ ହଜାର ୭୭୧ ମେଟ୍ରିକଟନ୍ ଆଖୁପେଡି ୬୭ହଜାର୯୧୮କୁଇଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା । ଗତ ୨୦୧୯-୨୦ ଆଖୁପେଡା ଋତୁରେ ସମବାୟ ଚିନିଶିଳ୍ପ ୪୨୧୪ ଏକର ଜମିରେ ଆଖୁଚାଷ କରି ୭୯ହଜାର ୩ଶହ ୩୭ ମେଟ୍ରିକ ଟନ୍ ଆଖୁପେଡି ପ୍ରାୟ ୬୪ହଜାର ୮୫୦ କ୍ୟୁଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଥିଲା । ୨୦୨୧-୨୨ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୨୬୯୦ ଏକର ଜମିରେ ଆଖୁଚାଷ କରି ୪୫ ହଜାର ୦୧୩ ମେଟ୍ରିକଟନ୍‍ ଆଖୁପେଡି ୩୫ ହଜାର ୯୮୫ କୁଇଣ୍ଟାଲ ଚିନି ଓ ୨୦୨୧-୨୨ ଆଖୁପେଡା ଋତୁରେ ୧୮୬୩ ଏକର ଜମିରେ ଆଖୁଚାଷ କରି ୩୬ ହଜାର ୪୭୦ ମେଟ୍ରିକଟନ୍‍ ଆଖୁପେଡି ୨୫ ହଜାର ୧୫୯ କୁଇଣ୍ଟାଲ ଚିନି ଉତ୍ପାଦନ କରିଥିଲା ବେଳେ ୨୦୨୨-୨୩ ଆଖୁପେଡା ଋତୁରେ ୧୮୭୨ ଏକର ଜମିରେ ଆଖୁଚାଷ କରି ୩୮ ହଜାର ୦୧୮ ମେଟ୍ରିକଟନ୍‍ ଆଖୁପେଡି ୨୭ ହଜାର ୮୪୦ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ବେଳେ ୨୦୨୩-୨୪ ଆଖୁପେଡା ଋତୁରେ ୨୧୫୩ ଏକର ଜମିରେ ଆଖୁଚାଷ କରି ୪୯ ହଜାର ୨୫୫ ମେଟ୍ରିକଟନ୍‍ ଆଖୁପେଡି ୩୮ହଜାର ୯୩୬ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଞ୍ଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା, ଜଗନ୍ନାଥପ୍ରସାଦ ଇତ୍ୟାଦି ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳ ସମେତ ଖୋର୍ଦ୍ଦା ଜିଲ୍ଲାର ବାଣପୁର ଏବଂ ଚିଲିକା ଓ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ୧୯୯୨ ଏକର ଜମିରେ ଆଖୁଚାଷ ହେଉଥିବା ଜଣାପଡିଛି । ଚଳିତ ବର୍ଷ ଆସିକା ସମବାୟ ଚିନିଶିଳ୍ପ ପ୍ରାୟ ୫୦ ହଜାର ମେଟ୍ରିକ୍ ଟନ୍ ଆଖୁ ପେଡିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ