ଆରମ୍ଭ ହେଲା ଏମ୍ଏସ୍ଏମ୍ଇ ପଞ୍ଜୀକରଣର ନୂତନ ପ୍ରକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ (ଏମଏସଏମଇ) ପକ୍ଷରୁ ପଞ୍ଜୀକରଣ ପାଇଁ ନୂତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗତ ଜୁନ୍ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନୂଆ ପଞ୍ଜୀକରଣ ବ୍ୟବସ୍ଥାରେ ଗୋଟିଏ ଉଦ୍ୟୋଗକୁ ଉଦ୍ୟମ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜୀକରଣ” ନାମରେ ନାମିତ ହେବ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକ୍ରିୟା ଅତି ମାତ୍ରାରେ ସରଳ, ଅବାଧ ଏବଂ ଉଦ୍ୟୋଗୀମାନଙ୍କୁ ସହାୟକ ହେବ। ଇଜ୍ ଅଫ୍ ଡୁଇଂ ବିଜିନେଓ ପାଇଁ ଏହା ଏକ ଉଦାହରଣ ସୃଷ୍ଟିବ। ଏଥିସହିତ, କାରବାର ସମୟ ଓ ମୂଲ୍ୟ ହ୍ରାସ କରିବ। ଏହାଦ୍ୱାରା ଉଦ୍ୟୋଗ ତଥା ଉଦ୍ୟୋଗୀମାନେ ସେମାନଙ୍କର ବାସ୍ତବ କାର୍ଯ୍ୟରେ ମନୋନିବେଶ କରିପାରିବେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗିତାରେ ସାମିଲ ହୋଇପାରିବେ। ସେହିଭଳି, କେତେକ ଘରୋଇ ୱେବସାଇଟ୍ ଯାହାକି ନିଜକୁ ସରକାରୀ ୱେବସାଇଟ୍ ବୋଲି ନିଜକୁ ଉପସ୍ଥାପନ କରୁଛନ୍ତି ସେହି ଦୃଷ୍ଟିରୁ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ କେବଳ ଭାରତ ସରକାରଙ୍କ ଏହି ପୋର୍ଟାଲ (www.udyamregistration.gov.in)କୁ ଛାଡ଼ି ଏବଂ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ଫାସିଲିଟେସନ୍ ବ୍ୟବସ୍ଥାକୁ ଛାଡ଼ି ଅନ୍ୟ କୌଣସି ପ୍ରକାର ଘରୋଇ ଅନଲାଇନ କିମ୍ବା ଅଫଲାଇନ୍ ସେବା, ଏଜେନ୍ସି କିମ୍ବା କ୍ଷମତାପ୍ରାପ୍ତ ବ୍ୟକ୍ତି ବା ଏମଏସଏମଇ ପଞ୍ଜୀକରଣ କରିବା ସକାଶେ ଯୋଗ୍ୟ ବ୍ୟକ୍ତି କିମ୍ବା ଏହି ପ୍ରକ୍ରିୟା ସମ୍ପର୍କିତ କୌଣସି କାର୍ଯ୍ୟ କରିବାକୁ ଚୟନ କରାଯାଇନାହାନ୍ତି।