ଆରମ୍ଭ ହେଲା ଓମଫେଡ୍ର ହୋମ୍ ଡେଲିଭରି
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ଓମଫେଡ୍ର ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ ଖିର ସହିତ ତାଙ୍କର ଅନ୍ୟ ସାମଗ୍ରୀ। ପୂର୍ବରୁ ଓମଫେଡ ଲକଡାଉନକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ଏହି ସେବା କରିଥିଲେ। ହେଲେ ତାହା ଭୁବନେଶ୍ବରରେ ଲାଗୁ କରାଯାଇ ନ ଥିଲା। ତେବେ ଏହି ହୋମ ଡେଲିଭରୀ ପାଇଁ ଓମଫେଡ କେତେକ ନିୟମ କରିଛି। ତାହା ହେଉଛି ଆପଣ ଅତିକମରେ ୧୫୦ଟଙ୍କାର ଓମଫେଡରୁ ଜିନିଷ କିଣିବାକୁ ପଡିବ। ଆବଶ୍ୟକ ସ୍ଥଳେ କମ୍ପାନୀ ହୋମଡେଲଭରୀ ଫି ଭାବେ ୩୦ ଟଙ୍କା ନେଇପାରିବ। ଏହି ହୋମ ଡେଲିଭରୀ ବୁକିଂ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି ହୋମ ଡେଲିଭରୀ ଦିନ ୧୧ଟାରୁ ଅପରାହ୍ନ ୫ଟା ମଧ୍ୟରେ କରାଯିବ। ତେବେ ଫୋନ କଲ ନ କରି ହ୍ବାଟସପରେ ଜିନିଷ ନାମ ଓ ଠିକଣା ଲେଖି ପଠାଇବାକୁ ଓମଫେଡ କହିଛି। ହ୍ବାଟସପ ନମ୍ବରଗୁଡିକ ହେଲା ୯୭୭୭୧୩୯୨୯୮, ୯୪୩୯୭୧୮୧୫୧, ୮୯୧୭୬୮୪୮୪୮, ୯୮୬୧୩୩୧୧୧୧, ୯୪୩୯୯୨୩୬୯୮। ଲକଡାଉନ ସମୟରେ ଓମଫେଡର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


