ଆରମ୍ଭ ହେଲା କୁମ୍ଭୀର ଗଣନା
ଭୁବନେଶ୍ବର : ସୋମବାରଠାରୁ ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । କୁମ୍ଭୀର ଗଣନାରେ ୨୩ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତି ଟିମ୍ରେ ରହିଛନ୍ତି ୩ରୁ ୪ ଜଣ ସଦସ୍ୟ। କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭିତରକନିକାର ୪ଟି ରେଞ୍ଜର ବିଭିନ୍ନ ନଦୀ ନାଳଗୁଡ଼ିକରେ ଏହି ଗଣନା କରାଯିବ । ଏଥିପାଇଁ ଭିତରକନିକାକୁ ଗତ ୨୬ ତାରିଖରୁ ୧୦ ଦିନ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଗତ ବର୍ଷ ୧୭୪୨ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।


