ଆରମ୍ଭ ହେଲା ଗଙ୍ଗାପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ସ୍ଥିତ ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ଏକାଦଶ ଶ୍ରେଣୀ (ଯୁକ୍ତ ଦୁଇ) କଳାରେ ପାଠ ପଢିବେ ଛାତ୍ରଛାତ୍ରୀ । ପୋଟଲାମ‌ପୁର ପଞ୍ଚାୟତ ସମେତ ଆଖ ପାଖ ପଞ୍ଚାୟତର ଛାତ୍ରଛାତ୍ରୀ ପୂର୍ବରୁ ସହରକୁ ଆସି ଯୁକ୍ତ ଦୁଇ ପଢ଼ିବା ପାଇଁ ନିର୍ଭର ହେଉଥିଲେ। କିନ୍ତୁ ନିର୍ବାଚନ ସରିବା ପରେ ସରକାର ପକ୍ଷରୁ ପ୍ରଥମେ ଛାତ୍ରଛାତ୍ରୀଙ୍କ ସମସ୍ଯାକୁ ଗୁରୁତ୍ବ ଦେଇ ନାମ ଲେଖା ସାରି ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ପାଠ ପଢା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଣୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଅଞ୍ଚଳର ୫୪ ଜଣ ଛାତ୍ର ଛାତ୍ରୀ ନାମ ଲେଖା ସାରି ପାଠ ପଢା ଆରମ୍ଭ କରିଛନ୍ତି । ପ୍ରଥମ ଦଶନ୍ଧି ରେ ଆରମ୍ଭ ହୋଇଥିବା ଏହି ସ୍କୁଲ ରେ ଆଜି ଯୁକ୍ତ ଦୁଇ ପାଠ ପଢା ଆରମ୍ଭ ହୋଇଛି । ଅଞ୍ଚଳ ବାସୀଙ୍କ ପାଇଁ ଗଙ୍ଗାପୁର ଅଞ୍ଚଳକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆବଶକ୍ୟ ରହିଥିଲା ତାହା ଆଜି ପୁରଣ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଛତ୍ରପୁର ବିଇଓ ସୀତାରାମ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପ୍ରିତିମଞ୍ଜରି ଭୂୟାଁ କାର୍ଯ୍ୟ ପରିଚାଳନା କରିଥିବା ବେଳେ । ସଭାପତି ବିନୋଦ କୁମାର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ପାଢ଼ୀ, ଦୁର୍ଯ୍ୟଧନ ସ୍ୱାଇଁ , ସ୍କୁଲ ଶିକ୍ଷକ ହେମନ୍ତ କୁମାର ସୁବୁଦ୍ଧି, ରଘୁନାଥ ପ୍ରଧାନ, ଅବସର ପ୍ରାପ୍ତ ସହିଦ୍ ଭାଗବତ ସିଂ ମହା ବିଦ୍ୟାଳୟ ଅଧ୍ୟକ୍ଷ ଦିବାକର ସ୍ୱାଇଁ , ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଉପସ୍ଥିତ ରହିଥିଲେ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଉକ୍ତ ସ୍କୁଲ୍ ଶିକ୍ଷକ ତ୍ରିନାଥ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ