ଆରମ୍ଭ ହେଲା ଡ଼ଲଫିନ ଗଣନା

ବ୍ରହ୍ମପୁର-ରବିବାର ଦିନ ଚିଲିକା, ଭିତରକନିକା ଓ କେନ୍ଦ୍ରାପଡା ଜିଲ୍ଲାରେ ବନବିଭାଗ ପକ୍ଷରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ସୋମବାର ସକାଳ ପାଖାପାଖି ୬ ଟାରୁ ୧୮ ଟି ଟିମର ୧୩୩ ଜଣ ସଦସ୍ୟ ଏହି ଗଣନା ଆରମ୍ଭ କରିଛନ୍ତି । ଦିନ ୧୨ ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବା ନେଇ ଜଣାପଡିଛି । ଶେଷଥର ପାଇଁ ୨୦୧୮ ମସିହାରେ ଡ଼ଲଫିନ ଗଣନା ହୋଇଥିବା ବେଳେ ଚଳିତବର୍ଷ ପୁଣି ଏହା ଆରମ୍ଭ ହୋଇଛି । ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ବିଶେଷଜ୍ଞ, ସିଡିଏ କର୍ମଚାରୀ, ‘ଓୟୁଏଟି’ ଛାତ୍ର, ବନ୍ୟପ୍ରାଣୀ ବିଭାଗ ସହିତ ଜଡିତ ଥିବା ବିଭିନ୍ନ ‘ଏନଜିଓ’ର କର୍ମଚାରୀ ଏହି ଗଣନାରେ ସାମିଲ ହୋଇଛନ୍ତି । ‘ଜିପିଏସ’ କମ୍ପାସ ସାହାଯ୍ୟରେ ଏବଂ ବାଇନ-କୁଲାର ଦ୍ଵାରା ଡଲଫିନ ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକମ।ନଙ୍କୁ ଡଲଫିନ ଦେଖାଯାଉଥିବା ଏରିଆରେ ଚଳ-ପ୍ରଚଳକୁ କିଛି ସମୟ ପାଇଁ ବାରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ