ଆରମ୍ଭ ହେଲା ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) :ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କୁହାଯାଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହୋଇଥିବା ପରୀକ୍ଷାରେ ଛତ୍ରପୁର ବ୍ଲକରେ ୧୦ ଟି କେନ୍ଦ୍ରରେ ୨୦୩୭ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ୨୧୩୩ଜଣ ପରୀକ୍ଷାର୍ଥୀ ଫର୍ମ ଫିଲାପ କରିଥିବା ବେଳେ ୯୬ ଜଣ ଅନୁପସ୍ଥିତ ରହିଥିବା ଛତ୍ରପୁର ବିଇଓ ସୀତାରାମ ପାତ୍ର ସୂଚନା ଦେଇଛନ୍ତି | ଓମିକ୍ରନ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟର୍‌ରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଥିଲା । ସମେଟିଭ୍‌-୧ ପରୀକ୍ଷା ୮ ତାରିଖ ଯାଏ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ଆଜି ପ୍ରଥମ ଦିନ ପ୍ରଥମ ସିଟିଂରେ ସାହିତ୍ୟ ପରୀକ୍ଷା ହୋଇଥିବା ବେଳେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ସେହିପରି ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ୧ଟା ୧୫ ପର୍ଯ୍ୟନ୍ତ ହୋଉଥିଲା । ପରୀକ୍ଷାର୍ଥୀଙ୍କ ଲାଗି ଗଣିତ ପରୀକ୍ଷାରେ ହିଁ କେବଳ ଅତିରିକ୍ତ ୧୫ ମିନିଟ୍‌ ସମୟ ଅଧିକ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ