ଆରମ୍ଭ ହେଲା ଦୟା ନଦୀ ବନ୍ଧ ସାଇଡ ଓ୍ଵ।ଲ
କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ଜଳସେଚନ ବିଭାଗର ଅଧିନ ରେ ଥିବା ଦୟା ନଦୀ ବନ୍ଧ ର କଣାସ ହାଟ ବଜାର ଠାରୁ ଜଙ୍କିଆ ବଜାର ରାସ୍ତା ଢଳେଇ ଫାଟି ଆଁ କରି ଦେଇଛି ।ଫଳରେ ଏହି ଦୟା ନଦୀ ପାର୍ଶ୍ଵରେ ଥିବା ଦୟା ବିହାର ଡିଗ୍ରୀ ମହାବିଦ୍ୟାଳୟ ପାଖ ରେ ଦଵି ଯାଇଛି। ବନ୍ୟା ସମୟରେ ଏହି ରାସ୍ତା ଦବି ଯିବାରୁ ସ୍ଥାନୀୟ ଅଂଚଳରେ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କଣାସ ଜଳସେଚନ ବିଭାଗର ବିଭାଗୀୟ ବରିଷ୍ଠ ଅଧିକାରୀ ମକର ବେହେରା ନଦୀ ବନ୍ଧ ର ସାଇଡ ଓ୍ଵ।ଲ ନିର୍ମାଣ କରିବା ପାଇଁ ଅନୁମୋଦନ କରିଥିଲେ। ବର୍ତମାନ ଏହି କାର୍ଯ୍ୟ କଣ୍ଟ୍ରାଟର ଆରମ୍ଭ କରିଛି ।୨୦୦ମିଟର ଲମ୍ବା ୬ମିଟର ରୁ ଉର୍ଦ୍ଧ୍ବ ଉଚ୍ଚତା ବିଶିଷ୍ଟ ଓ୍ଵ।ଲ ନିର୍ମାଣ ହେବ। ଏହି ଓ୍ଵ।ଲ ନିର୍ମାଣ ହେବା ଫଳରେ ନଦୀ ବନ୍ଧ ଆଉ ଦବିଵ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।


