ଆରମ୍ଭ ହେଲା ଫୁଟବଲ ପ୍ରତିଯୋଗୀତା ୨୪ଟି ଫୁଟବଲ ଦଳ ମଧ୍ୟରେ ଖେଳ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜର କଳା ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ବାରିପଦାରେ ମୟୂରଭଞ୍ଜ ମହୋତ୍ସବ ଚାଲିଥିବା ବେଳେ, କଳା,ସଂସ୍କୃତି ଓ ଐତିହ୍ୟ ର ଏହି ମହାନ ପର୍ବରେ ପ୍ରତି ଦିନ ଅନେକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ଚାଲୁରହିଛି. ଫୁଟବଲ ଖେଳର ଏନ୍ତୁଡ଼ିଶାଳ ହେଉଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା. ତେଣୁ ମୟୂରଭଞ୍ଜ ମହୋତ୍ସବରେ ମଧ୍ୟ ଏହି ବିଶେଷ ଖେଳକୁ ପ୍ରଥମ କରି ଆରମ୍ଭ କରାଯାଇଛି. ମୟୂରଭଞ୍ଜ କ୍ରୀଡା ସଂଘ ଓ ମୟୂରଭଞ୍ଜ ମହୋତ୍ସବ କମିଟି ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ, ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ଏହି ଖେଳ ଅନୁଷ୍ଠିତ ହେବ. ବୁଧବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟ ରେ ବାରିପଦା ଷ୍ଟାଡିୟମ ଠାରେ ଏହି ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି. ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼. ଦେବାଶିଷ ମାରାଣ୍ଡି , ମୟୂରଭଞ୍ଜ କ୍ରୀଡା ସଂଘ ସଂପାଦକ ବିଜୟ ଦାସ, ଉପସଭାପତି ଫାଗୁ ହାଁସଦା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀତାକୁ ଉଦ୍ଘାଟନ କରିଛନ୍ତି. ଜିଲ୍ଲାର ୨୪ ଟି ଫୁଟବଲ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ, ଆସନ୍ତା ୧୦ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ. ଏଥି ସହିତ ୧୦ ତାରିଖ ଦିନ ଏକ ମହିଳା ଫୁଟବଲ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି କ୍ରୀଡା ସମ୍ପାଦକ ଅମର ସେଠୀ ଓ ଅରୁଣ ବରାଡ କହିଛନ୍ତି. ଉଦଘାଟନ କାର୍ଯ୍ୟକ୍ରମକୁ କମିଟିର ପଦାଧିକାରୀ ଅସିତ ପତି, ସଂଜୀବ ଦିବେଦୀ, କଲିଙ୍ଗ କେଶରୀ ଜେନା, ସତ୍ୟଜିତ ସୋମ, ପ୍ରସନ୍ନ ମହାପାତ୍ର, ତ୍ରିଲୋଚନ ଗିରି, ରାଜୀବ ଜେନା, ସରୋଜ ଶତପଥୀ, ରବି ହେମ୍ବ୍ରମ, ଶ୍ରୀନିବାସ ହାଁସଦା, ସୁଭଦ୍ରା ହେମ୍ବ୍ରମ ପ୍ରମୁଖ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ