ଆରମ୍ଭ ହେଲା ଫୁଲବାଣୀ ଠାକୁରାଣୀ ଯାତ୍ରା 

ଫୁଲବାଣି, (ସୁନିଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି।ସକାଳେ ପୂଜକ ଲାଲୁ ଦାଶ୍,ଶ୍ରୀକାନ୍ତ ପଣ୍ଡା,କାଳିଆ, ନୀଳକଣ୍ଠ ମିଶ୍ର,ସନ୍ତୋଷ ଦାଶ୍,ପ୍ରକାଶ ପାଢ଼ୀ,ସୁର୍ଯ୍ୟ ପଣ୍ଡା,ପ୍ରମୁଖଙ୍କ ସହାୟତାରେ ପ୍ରଥମେ ବ୍ରାହ୍ମଣୀ ଦେବୀ ପୀଠରୁ ବ୍ରାହ୍ମଣୀ ଦେବୀ,ତତପରେ ବରାଳ ଦେବୀପୀଠରୁ ବରାଳଦେବୀ,ସେହିପରି ଗ୍ରାମଦେବୀ ପୀଠରୁ ଗ୍ରାମଦେବୀ ଓ ବ୍ୟାଘ୍ର ଦେବୀ ପୀଠରୁ ବ୍ୟାଘ୍ର ଦେବୀ ଠାକୁରାଣୀଙ୍କୁ ବରଣ କରି ଯାତ୍ରା ପଡିଆ ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା। ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ରାତିରେ ମା ନାରାୟଣୀଙ୍କୁ ସ୍ଵମନ୍ଦିରରୁ ପଟୁଆରେ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ଶୁକ୍ରବାର ଠାରୁ ପଞ୍ଚଦେବୀ ନଗର ପରିକ୍ରମା କରିବେ। କରୋନା କଟକଣା କାରଣରୁ ଗତଥର ହୋଇ ପାରିନଥିଲା । ଚଳିତ ଥର ଯାତ୍ରା ଆଡମ୍ବର ସହ ପାଳନ ପାଇଁ ଯୋଜନା ରହିଛି। ଏଥିସହ ଚଳିତ ବର୍ଷ ଯାତ୍ରାର ରୌପ୍ୟ ଜୟନ୍ତୀ ମଧ୍ୟ ପାଳିତ ହେଉଛି।ସନ୍ଧ୍ୟାରେ ଯାତ୍ରା କମିଟି ଅଧ୍ୟକ୍ଷ ତଥା ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସହ କମିଟି ସଭାପତି ପି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ କୁମାର ବେହେରା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଅର୍ଥ ସମ୍ପାଦକ କାବୁଲା ସେନାପତି, ସାଂସ୍କୃତିକ ସମ୍ପାଦକ ଭି.ଲୋକନାଥ ରାଜୁ  କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ । ରାତିର ମା ନାରାୟଣଙ୍କୁ ଆଣିବା ବେଳେ ଆୟୋଜିତ ପଟୁଆରରେ ବିଧାୟକ ଅଙ୍ଗଦ କହଁର, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ତହସିଲଦାର ଦୀନମଣି ନାୟକ,କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ କିଛି ସମୟ ପାଇଁ ସାମିଲ ହୋଇଥିଲେ।ଏଥି ସହ ଅନ୍ୟ ଅଧିକାରୀ ସାମିଲ୍ ହେବା ସହିତ ବିଭିନ୍ନ ବଜାର କମିଟିର ସଭାପତି ସମ୍ପାଦକ ଓ କର୍ମକର୍ତ୍ତା ପ୍ରୁମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ