ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା
ପଞ୍ଚପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗଣେଷ ପୂଜାର୍ଚ୍ଚନା ସନ୍ଧ୍ୟାରେ ଗଣେଷ ମନ୍ଦିରରେ କବାଟ ବନ୍ଦ ହେବ ବୋଲି ଜଣାପଡିଛି । ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱରଙ୍କ କବାଟ ବନ୍ଦ ହେବ । ଆସନ୍ତାକାଲି ଖଡଗ , ପୁସ୍ତକ ପୂଜା ସହ ବେଦ ସ୍ତୁତି ବନ୍ଦ ହେବ । ସେହିପରି ଆସନ୍ତା ନଭେମ୍ବର ୧୬ରେ ମହାଲକ୍ଷ୍ମୀ ପୂଜା ଓ ନଭେମ୍ବର ୧୭ରେ ଶୀତ ଅବସର ପାଇଁ ବଦ୍ରିବିଶାଳଙ୍କୁ ଘୃତକମ୍ବଳରେ ଘୋଡିବା ସହ ସଂନ୍ଧ୍ୟାରେ ବନ୍ଦ କରାଯିବ । ଏନେଇ ବଦ୍ରିନାଥ ଟ୍ରଷ୍ଟର ଅଧିକାରୀ ଭୁବନ ଚନ୍ଦ୍ର ଉନିଆଲ ସୂଚନା ଦେଇଛନ୍ତି ।