ଆରମ୍ଭ ହେଲା ବିଗ୍ ବସ୍: ଏହି କାରଣ ପାଇଁ କ୍ଷତି ସହିବେ ସଲମାନ୍ ଖାନ୍
ସେପ୍ଟେମ୍ବର ୨୯ରେ ଆରମ୍ଭ ହୋଇଛି ବିଗ୍ ବସ୍-୧୩ । ରବିବାର ରାତି ୯ଟାରେ ସୋ’ର ପ୍ରିମିୟର ରଖାଯାଇଥିବା ବେଳେ ଷ୍ଟାଇଲିସ୍ ଅନ୍ଦାଜରେ ଘରେ ପ୍ରବେଶ କରିଥିଲେ ଭାଗ ନେଇଥିବା ଥିବା ସବୁ ପ୍ରତିଯାଗୀ । ସୋ’ର ଆରମ୍ଭରୁ ହିଁ ଏହା ଟିଆରପି ସୂଚୀରେ ରାଜ୍ କରିବ ବାଲି ଜଣାପଡ଼ଛି । ତେବେ ବିଗ୍ ବସ୍ ସିଜିନ୍-୧୩ ଟିଆରପି ସୂଚୀରେ ଉପରେ ରହିଲେ ମଧ୍ୟ ସଲମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ପ୍ରଯୋଜନାରେ ଚାଲୁଥିବା କମେଡି ସୋ’ ଦ କପିଲ ଶର୍ମା ସୋ’ ପଛରେ ପଡ଼ିଯିବାର ଆଶଙ୍କା ଥିବାରୁ ସଲମାନଙ୍କର ଅନେକ କ୍ଷତି ହେବ ବୋଲିି କୁହାଯାଉଛି ।
ସୂଚନା ମୁତାବକ, ବିଗ୍ ବସ୍ ସପ୍ତାହର ୫ଦିନ ରାତି ୧୦ଟା ୩୦ରେ ଆରମ୍ଭ ହେବାକୁ ଥିବା ବେଳେ ଶନିବାର ଓ ରବିବାର ସଲମାନ ଆସି ପ୍ରତିଯାଗୀଙ୍କ ହିସାବ ନେଇଥାନ୍ତି । ସମସ୍ତଙ୍କୁ ନିଜ ନିଜର ଭୁଲ ବିଷୟରେ କହି ସେମାନଙ୍କୁ ବାଟ ଦେଖାଇଥାନ୍ତି । ବିଗତ କିଛି ବର୍ଷକୁ ନଜର ପକାଇଲେ ଶନିବାର ଓ ରବିବାର ସୋ’ର ଟିଆରପି ସବୁଠୁ ଅଧିକ ରହିଥାଏ । ତେବେ ସଲମାନଙ୍କ ପ୍ରଯୋଜିତ ସୋ’ ଦ କପିଲ ଶର୍ମା ସୋ’ ମଧ୍ୟ ଶନିବାର ଓ ରବିବାର ଆସୁଥିବାରୁ ବିଗ୍ ବସର ପ୍ରଭାସ ସୋ’ ଉପରେ ପଡ଼ିବାର ଆଶଙ୍କା ରହିଛି । ଯଦି ବିଗ୍ ବସ୍ ଟିଆରପି ସୂଚୀରେ ଆଗରେ ରୁହେ, ତେବେ ସଲମାନଙ୍କ କ୍ଷତି ହେବ ନିଶ୍ଚିତ । ଯଦି ଦ କପିଲ ଶର୍ମା ସୋ’ ବିଗ୍ ବସ୍ଠାରୁ ଟିଆର୍ପି ସୂଚୀରେ ଆଗରେ ରହେ, ତେବେ ସଲମାନଙ୍କ ଷ୍ଟାରଡମ୍ ଉପରେ ପ୍ରଭାବ ପଡ଼ିବ ।


