ଆରମ୍ଭ ହେଲା ଭାଜପାର ସଂଗଠନ ପର୍ବ ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ ସଦର ବିଧାୟକ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ ଜନତା ପାର୍ଟିି ସଂଗଠନ ପର୍ବ ଅନ୍ତର୍ଗତ ଦେଶବ୍ୟାପୀ ସଦସ୍ୟତା ଅଭିଯାନର ୨୦୧୬ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଠାରେ ଭାଜପାର ନୂତନ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାର ଅନୁରୂପ ଆଜି ବାଲେଶ୍ୱର ସହରର ଗୋଳାପୋଖରୀ ଛକ ଠାରେ ଜିଲ୍ଲା ସଭାପତି ତଥା ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ବାଲେଶ୍ୱର ଜିଲ୍ଲା ପାଇଁ ଏହି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଥିଲେ । ନୂତନ ସଦସ୍ୟମାନଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର ୮୯୮୦୮୦୮୦୮୦ ରେ ମିସ କଲ କରି ବିଜେପିରେ ସଦସ୍ୟ ହେବା ପାଇଁ ଜିଲ୍ଲା ସଭାପତି ତଥା ସଦର ବିଧାୟକ ଆହ୍ୱାନ କରିଥିଲେ । ଏହି ଅଭିଯାନ ଆଜି ଠୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ସଦସ୍ୟତାକୁ ଆଗକୁ ନେବା ପାଇଁ ଜିଲ୍ଲା ସଦସ୍ୟତା ପ୍ରମୁଖ ଭାବେ ଶ୍ରୀ ପର୍ଶୁରାମ ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି । ଦେଶରେ ଏଥର ପୁରୁଣା ଓ ନୂତନ ସଦସ୍ୟ ମିଶାଇ ୨୦ କୋଟି ସଦସ୍ୟ କରିବା ପାଇଁ ବିଜେପି ଲକ୍ଷ ରଖାଯାଇଅଛି । ବାଲେଶ୍ୱର ନଗରରେ ସଦସ୍ୟତା ଅଭିଯାନକୁ ଆଗକୁ ନେବା ପାଇଁ ୩ଟି ସାଙ୍ଗଠନିକ ଭାଗରେ ବିଭକ୍ତ କରାଯାଇଅଛି । ପ୍ରତ୍ୟେକ ଭାଗରେ ଜଣଙ୍କୁ ପ୍ରମୁଖ ଏବଂ ଅନ୍ୟ ଜଣଙ୍କୁ ସହ ପ୍ରମୁଖ ଭାବେ ଦାୟିତ୍ୱ ଦିଆଗଲା । ଚିତ୍ତରନ ପଣ୍ଡା, ପ୍ରଦୀପ କୁମାର ପତି ଓ ସୁଜିତ ଦେବଙ୍କୁ ସଦସ୍ୟତା ପ୍ରମୁଖ ଭାବେ ଦାୟିତ୍ୱ ଦିଆ ଯାଇଥିବାବେଳେ ଉପେନ୍ଦ୍ର ଶତପଥି, ମଣ୍ଟୁ ପେରିୱାଲ ଓ ଯୋଗେନ ରଣାଙ୍କୁ ସହ ପ୍ରମୁଖ ଦାୟିତ୍ୱ ଦିଆ ଯାଇଅଛି ବୋଲି ଜିଲ୍ଲା ସଦସ୍ୟତା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି । ଏହି ସଦସ୍ୟତା ଅଭିଯାନରେ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜିଲ୍ଲା ସଦସ୍ୟତା ଅଭିଯାନ ସହ ପ୍ରମୁଖ ନଳିନୀକାନ୍ତ ମହାପାତ୍ର, ଉମାକାନ୍ତ ମହାପାତ୍ର, ଶୁଭଙ୍କର ମହାପାତ୍ର, ବୈଲୋଚନ ଦାସ, ଗୌରାଙ୍ଗ ଦାସ, ଧିରଜ ମହାନ୍ତି, ଅରୂପ ଜେନା, ନିତିନ ଦାସ, ରିତ ପ୍ରଧାନ, ସେଖ ଅଫଜଲ, ସେଖ ହଲିମ, ମହୁଆ ପ୍ରଧାନ, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ଶ୍ରୀୟା ଦାସ, ପଙ୍କଜ ମହାନ୍ତି, ବିବେକାନନ୍ଦ ମହାନ୍ତି, ବିବେକାନନ୍ଦ ରାଉତ, ବିନୟ କୁମାର ମହାରଣା, ରାଧାକାନ୍ତ ଦାସ, ଆଲୋକ ପଣ୍ଡା, ଅନନ୍ତ ନାୟକ, ଜିତେନ୍ଦ୍ର ପାଣିଗ୍ରାହୀ, ବବଲୁ ମିଶ୍ର, ବିଦ୍ୟାସାଗର ପଣ୍ଡା, ସବିତା ପାଣିଗ୍ରାହୀ, ଜାନକୀ ମାହାର୍ଣ୍ଣା, ଆଶାଲତା ବାଡି, ପାର୍ବତୀ ଜେନା, ତରୁଲତା ମହାନ୍ତି, ରଶ୍ମିତା ମାଝୀ, ହରପ୍ରିୟା ରଣା, ନିବେଦିତା ମହାପାତ୍ର, ନଶିମା ବିବି, ଶାନ୍ତିଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।