ଆରମ୍ଭ ହେଲା ଲୋକସଭା ର ମୈସୁମୀ କାଳୀନ ଅଧିବେଶନ
ଆଜି ଠାରୁ ଆରମ୍ଭ ହୋଇଛି ଲୋକସଭା ମୈସୁମୀ କାଳୀନ ଅଧିବେଶନ । ସମ୍ବିଧାନର ବିଧିବ୍ୟବସ୍ଥା ଅନୁସାରେ ଅସ୍ଥାୟୀ ବାଚସ୍ପତି ବିରେନ୍ଦ୍ର କୁମାର ନବ ନିର୍ବାଚିତ ସଦସ୍ୟ ଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ଗୃହ ର ନେତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମେଦୀ ଙ୍କୁ ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ବରିଷ୍ଠ ସାଂସଦ କୋଡିକୁନିଲ ସୁରେଶ ଓ ଓଡିଆ ସାଂସଦ ଭତ୍ତୃହରି ମହାତାବ ଙ୍କ ଶପଥ ପାଠ କୁ ଅନୁଧ୍ୟାନ କରିଥିଲେ । ଲୋକସଭା ରେ ନବ ନିର୍ବାଚିତ ସଦସ୍ୟ ମାନଙ୍କ ର ପରିଚୟ କରାଯାଇଛି । ଶପଥ ପାଠ କରିବା ପରେ ଗୃହକୁ ସମ୍ବୋଧନ କରିଛନ୍ତି ପ୍ରଧାନ ମନ୍ତ୍ରୀ । ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ ଲୋକତନ୍ତ୍ର ରେ ବିରୋଧୀ ସକ୍ରିୟ ରହିବା ଦରକାର । ସେ କହିଛନ୍ତି ବିରୋଧୀ ନିରପେକ୍ଷ ହୋଇ ସରକାରଙ୍କୁ ସହଯୋଗ କରନ୍ତୁ । ବିରୋଧୀ ଙ୍କ ପ୍ରତିଟି କଥା ଆମକୁ ଆଗକୁ ବଢାଇବାର ପ୍ରେରଣା ଦେବ ବୋଲି କହିଛନ୍ତି ମୋଦି । ଏହି ଅଧିବେଶନରେ ଚଳିତ ବର୍ଷ ର ଆର୍ଥିକ ବଜେଟ ବ୍ୟତୀତ ତିନ ତଲାକ ବିଲ ଉପରେ ମହୋର ବାଜିପାରେ ବୋଲି ଶୁଣାଯାଉଛି । ଜୁଲାଇ ୨୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସଂସଦୀୟ ବ୍ୟପାର ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିରେ ସମୁଦାୟ ୩୦ ଟି କାର୍ଯ୍ୟ ଦିବସ ହେବ । ସୂଚନା ଅନୁସାରେ ଜୁଲାଇ ୫ ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦୧୯-୨୦୨୦ ଆର୍ଥିକ ବଜେଟ ଉପସ୍ଥାପନା କରିବେ । ଏହା ବାଦ ଆସନ୍ତା ୪ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ ।


