ଆରମ୍ଭ ହେଲା ସପ୍ଲିମେଣ୍ଟାରୀ ପରୀକ୍ଷା

ଯୁଗାବ୍ଦ ନ୍ୟୁଜ -ଓଡିଶା ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଙ୍କ ପାଇଁ ଗୋଟିଏ ସିଟିଂ ଗୋଟିଏ ପ୍ରଶ୍ନପତ୍ର କରାଯାଇଛି । ପରୀକ୍ଷା ସକାଳ ୯ଟାରକୁ ଆରମ୍ଭ ହୋଇ ୧୧ଟା୩୦ ରେ ଶେଷ ହେବ । ପରୀକ୍ଷା ର ନିୟମ ଅନୁସାରେ ପାର୍ଟ ୧ ର ଓଏମଆର ସିଟ ସକାଳ ୮ ଟା ୩୦ ରେ ପରୀକ୍ଷାର୍ଥୀ ଙ୍କୁ ବଣ୍ଟନ କରାଯାଇଛି । ଏହି ପରୀକ୍ଷା ୯ ଟାରୁ ୧୦ ପର୍ଯ୍ୟନ୍ତ ଚାଲିବ । ତା ସହିତ ସବଜେକଟିଭ ପରୀକ୍ଷା ସକାଳ ୧୦ ରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ।ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୧ ରେ ଶେଷ ହେବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ