ଆରମ୍ଭ ହେଲା +୨ ବିଜ୍ଞାନ ପରୀକ୍ଷା : ପ୍ରଥମ ଦିବସରେ ୮ ପରୀକ୍ଷାର୍ଥୀ ଅନୁପସ୍ଥିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ବିଜ୍ଞାନ ପରୀକ୍ଷାରେ ସମୁଦାୟ ୫୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ । ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ହିଂଜିଳିକାଟୁ କଲେଜର ୩୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ପରୀକ୍ଷାର୍ଥୀ, ବ୍ରହ୍ମପୁର ବିଣାପାଣି କଲେଜର ୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଏବଂ ଏସଏମଆଇଟି ଜୁନିୟର କଲେଜର ୮୧ରୁ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ପ୍ରଥମ ଦିବସ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଜଣାପଡ଼ିଛି ।