ଆରସିଏମ୍ ୧୯୭୭-୭୮ ଜଏନିଙ୍ଗ ବ୍ୟାଚର ବନ୍ଧୁମିଳନ

ଭୁବନେଶ୍ୱର, : ନାଚ, ଗୀତ, କେକ୍ ଆଉ ଫୁଲତୋଡ଼ାର ମହକ ଭିତରେ ସର୍ବତ୍ର ନୂଆବର୍ଷର ସ୍ୱାଗତ ଚାଲିଥିବା ବେଳେ କହ୍ନେଇପୁର ଆରସିଏମ୍ ହାଇସ୍କୁଲ୍ ୧୯୭୭-୭୮ ଜଏନିଙ୍ଗ ବ୍ୟାଚର ସହପାଠୀମାନେ ୪୦ ବର୍ଷ ପରେ ଏକାଠି ହୋଇ ନିଜେ ପଢୁଥିବା ବିଦ୍ୟାଳୟର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ନାରୟଣୀ ଠାରେ ଏକାଠି ହୋଇ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପାଇଁ ଦାୟିତ୍ୱ ନେବା ସହ ସହପାଠୀମାନଙ୍କ ମଧ୍ୟରେ ନିରନ୍ତର ଭାବ ବିନିମୟ ଓ ସମ୍ପର୍କ ରକ୍ଷା କରାଯିବା ସହ ନିଜ ବିଦ୍ୟାଳୟ ବିକାଶ ଦିଗରେ କ’ଣ ସବୁ ପଦକ୍ଷେପ ନିଆଯିବ ଆଲୋଚନା କରାଯାଇଥିଲା । ହରିହର ମହାପାତ୍ର, ଗଣେଶ ମହାରଣା, ସରୋଜ ପଟ୍ଟନାୟକ, ନିରୋଦ ପଟ୍ଟନାୟକ, ଅନାଥ ନାହାକ, ଜନ୍ମେଜୟ ସାହୁ, ଅନାଦି ସେଠୀ, ଭ୍ରମରବର ସାହୁ, ସୁଦର୍ଶନ ମହାରଣା ପ୍ରମୁଖ ବନ୍ଧୁ ମିଳନ  ପରିଚାଳନାରେ ସହଯୋଗ କରିଥିଲେ । ଆରସିଏମ୍ ହାଇସ୍କୁଲ୍ ତାର ସୁବର୍ଣ୍ଣ ଜୟନ୍ତୀ ଆଗାମୀ ଏପ୍ରିଲ ମାସରେ ପାଳନ କରିବାକୁ ଯାଉଥିବା ବେଳେ ତା’ପୂର୍ବରୁ ବିଭିନ୍ନ ବ୍ୟାଚ୍‌ର ଏଭଳି ବନ୍ଧୁ ମିଳନ ଆୟୋଜନ ମୁଖ୍ୟ ଲକ୍ଷ୍ୟକୁ ଅଗ୍ରଗତି କରାଉଥିବା କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ