ଆରୋଗ୍ୟ ସେତୁ ଆପ୍ରୁ ଇ-ଫାର୍ମାସୀ ଆପର ଉଚ୍ଛେଦ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସର୍ବଭାରତୀୟ ସଂଘ ଏ.ଆଇ.ଓ.ସି.ଡି ଏବଂ ରାଜ୍ୟ ସଂଘ ଉତ୍କଳ କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ତୀବ୍ର ବିରୋଧ ଦ୍ୱାରା କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପରୁ ଇ-ଫାର୍ମାସୀ ଆପ www.aarogyasetumitr.inକୁ ଉଚ୍ଛେଦ କରିଛନ୍ତି । ସର୍ବଭାରତୀୟ ସଂଘ ଦ୍ୱାରା କରାଯାଇଥିବା ଲିଖିତ ଅପିଲ୍କୁ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ନବୀନ ଚାୱାଲଙ୍କ ଦ୍ୱାରା କରାଯାଇଥିବା ଶୁଣାଣି ଆଧାରରେ ୨୯.୦୫.୨୦୨୦ରିଖ ସରକାର ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଏହା କୁହାଯାଇଛି ଯେ ଆରୋଗ୍ୟ ସେତୁ ଆପରୁ ଇ-ଫାର୍ମାସୀ ଆପ www.aarogyasetumitr.in କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଅଛି । ଏହା ଆମର ଭାଇଚାରା ସଂଘ ବନ୍ଧୁତ୍ୱ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଉତ୍କଳ କେମିଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଭବିଷ୍ୟତରେ ଏହିପରି ଔଷଧ ବ୍ୟବସାୟୀ ମାରଣ ନୀତିକୁ କେବେବି ପ୍ରୋତ୍ସାହନ ଦିଆଯିବ ନାହିଁ । ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଆମ ସଂଘ ପ୍ରସ୍ତୁତି ବୋଲି ସେ ଚେତାବନୀ ଦେଇଛନ୍ତି ।