ଆରୋଗ୍ୟ ହାର ୫୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ :: ଗତ ୨୪ ଘଣ୍ଟା ମଧ୍ୟରେ ୮,୦୪୯ କୋଭିଡ-୧୯ ରୋଗୀ ଆରୋଗ୍ୟ ହୋଇଛନ୍ତି, ଏଥିସହିତ ଆରୋଗ୍ୟ ଲାଭ ହାର ୫୦%ରୁ ଅଧିକ ହୋଇଛି । ସମୁଦାୟ ୧,୬୨,୩୭୮ ରୋଗୀ ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ଆରୋଗ୍ୟ ହାର ହେଉଛି ୫୦.୬୦% । ଏହା ସୂଚିତ କରୁଛି ଯେ, କୋଭିଡ-୧୯ର ସମସ୍ତ ମାମଲା ମଧ୍ୟରୁ ଅଧା ରୋଗୀ ଏହି ରୋଗରୁ ସୁସ୍ଥ ହେଲେଣି । ମାମଲାର ସମୟୋଚିତ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପରିଚାଳନା ଏହି ଆରୋଗ୍ୟ ଲାଭର ବାଟ ଫିଟାଇଛି । ବର୍ତ୍ତମାନ, ୧,୪୯,୩୪୮ ସକ୍ରିୟ ରୋଗୀ ଉପଯୁକ୍ତ ଚିକିତ୍ସା ତତ୍ତ୍ୱାବଧାନରେ ଅଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆରର ପରୀକ୍ଷଣ କ୍ଷମତା କ୍ରମାଗତ ଭାବରେ ବୃଦ୍ଧି ହୋଇଛି । ସରକାରୀ ପରୀକ୍ଷାଗାର ସଂଖ୍ୟା ୬୪୬କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର ସଂଖ୍ୟା ୨୪୭କୁ ବୃଦ୍ଧି ପାଇ ମୋଟ ୮୯୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୪୩୨ ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା ୫୬,୫୮,୬୧୪। ଗୃହ ମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି ଦିଲ୍ଲୀର ଏନସିଟିରେ ଥିବା କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଆବଦ୍ଧାଞ୍ଚାଳ ବ୍ୟବସ୍ଥାକୁ ମଜବୁତ କରିବା, ପରୀକ୍ଷଣକୁ ବ୍ୟାପକ କରିବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ