ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ଆଲବର୍ଟୋ ଫର୍ଣ୍ଣାଣ୍ଡେଜ୍‌

ବ୍ୟୁନୋସ ଆରିସ୍‌ : ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଆଲବର୍ଟୋ ଫର୍ଣ୍ଣାଣ୍ଡେଜ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ଫର୍ଣ୍ଣାଣ୍ଡେଜ୍‌ ଶପଥ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍‌ । ପୂର୍ବତନ ରାଷ୍ଟ୍ରପତି ମରିସିଓ ମାକ୍ରିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍ । ଦାୟିତ୍ବ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣ ପ୍ରଦାନ କରିଥିଲେ ଫର୍ଣ୍ଣାଣ୍ଡେଜ୍‌ । ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଆର୍ଜେଣ୍ଟିନା ବାସୀଙ୍କ ସହ ପାଦ ମିଳାଇ ଦେଶକୁ ଆଗକୁ ବଢାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଫର୍ଣ୍ଣାଣ୍ଡେଜ୍‌ କହିଛନ୍ତି । ଦକ୍ଷିଣ ଆମେରିକାର ଏହି ତୃତୀୟ ବୃହତମ ଅର୍ଥନୈତିକ ରାଷ୍ଟ୍ର ବର୍ତ୍ତମାନ ଅର୍ଥନୈତିକ ସଙ୍କଟରେ ଗତି କରୁଥିବାରୁ ଏହି ପରସ୍ଥିତିରୁ ମୁକୁଳିବା ପ୍ରଥମ ଲକ୍ଷ୍ୟ ହେବ ବୋଲି ଫର୍ଣ୍ଣାଣ୍ଡେଜ୍‌ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ