ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବିଜେପିର ସଚେତନତା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଆର୍ଥିକ ଅନଗ୍ରସର ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଉପରେ ଏକ ସଚେତନତା ଶିବିର ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଡଃ. କଳ୍ପନା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପନ୍ତୁରୀ ଠାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ୫ଶହରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ ଓ ମହିଳାମାନେ ଯୋଗଦେଇଥିଲେ । ୨୦୧୯ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଛାଶକ୍ତି ଅଭାବରୁ ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଡଃ. କଳ୍ପନା ମଲ୍ଲିକ କ୍ଷୋଭ ପ୍ରକାଶ କରି ମତବ୍ୟକ୍ତ କରିଥିଲେ । ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଡଃ. ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ବିକ୍ରମ ଖଣ୍ଡାଇ, ଶ୍ରୀକାନ୍ତ ନାୟକ, ପାଣ୍ଡବ ସେଠୀ, ଇନ୍ଦୁମତୀ ନାୟକ, ରେଣୁକା ସେଠୀ, ପ୍ରମିଳା ଘଡେଇ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ