ଆର୍ନ୍ତଜାତିକ ସ୍ତରରେ ସ୍ୱାହା ଦେଖାଇବ ଚମକ
ଓଡିଶା ଚଳଚିତ୍ର ଜଗତ ପାଇଁ ଖୁସି ଖବର ଫ୍ରାନ୍ସ ରେ ଚାଲିଥିବା କାନ ଫିଲ୍ମି ଫେସଟିଭଲ ରେ କ୍ଷୁଦ୍ର ଚଳଚିତ୍ର ସ୍ୱାହା ସ୍ଥାନ ପାଇଛି । ଏହି ଚଳଚିତ୍ର ଟି ଦୁଇ ଜଣ କବି ଙ୍କ ଉପରେ ଆଧାରିତ । ବୟସର ତାରତମ୍ୟ ରେ ଚିନ୍ତାଧାରା ରେ ପରିବର୍ତ୍ତନ ଆସେ ତଥାପି ଦୁଇ ଜଣ ଉଭୟ ଉଭୟ ଙ୍କୁ ବୁଝିବାକୁ ଚେଷ୍ଟା କରନ୍ତି ବିଶ୍ୱ ଦରବାରରେ ଏଭଳି ଏକ ଭିନ୍ନ ଧରଣ ରେ କ୍ଷୁଦ୍ର ଚଳଚିତ୍ର ସ୍ୱାହା ଆସନ୍ତା ୨୩ ତାରିଖରେ ବିଶ୍ୱ ର ଲୋକପ୍ରୟ କାନ ଫିଲ୍ମି ଫେସଟିଭଲ ରେ ଏହା ପ୍ରଦର୍ଶିତ ହେବ ବୋଲି ଏହି ଚଳଚିତ୍ର ର ନିର୍ଦ୍ଧେଶକ ଶିଶିର କୁମାର ସାହୁ ସୂଚନା ଦେଇଛନ୍ତି । ଏହା ଦ୍ୱାରା ସାରା ବିଶ୍ୱ ରେ କଳା ସଂସ୍କୃତି କ୍ଷେତ୍ରରେ ନିଜର ପରିଚୟ ଦେଖାଇପାରିବ ବୋଲି ଚଳଚିତ୍ର ,ସମୀକ୍ଷକ ମାନେ କହିଛନ୍ତି । ଏହି ଫିଲ୍ମି ଫେସଟିଭଲ ଚଳିତ ବର୍ଷ ମେ ୧୪ ରୁ ଆରମ୍ବ ହୋଇ ୨୫ ଯାଏଁ ଆୟୋଜନ କରାଯିବ ।