ଆର୍ନ୍ତଜାତୀୟ ଦୈାଡ ପ୍ରତିଯୋଗିତାରେ ଭାଗନେବାକୁ କେନ୍ଦ୍ରାପଡାର ସାହଦତ୍ତ ମନୋନୀତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଜାନୁଆରୀ ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ନେପାଳଠାରେ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଏବଂ ପ୍ରମୋସନ ଫେଡେରେସନ ପକ୍ଷରୁ ୬ଷ୍ଠତମ ଇନ୍ଦୋ-ନେପାଳ ଚମ୍ପିୟନସିପ୍-୨୦୨୪ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଆପେକ୍ସ ଆଂଗ୍ଲୋ ଆରବିକ୍ ସ୍କୁଲର ଛାତ୍ର ତଥା କ୍ରୀଡାବିତ୍ ସାହାଦତ୍ ଖାନ୍ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ୧୧୫ଜଣ କ୍ରୀଡାବିତ୍ଙ୍କ ମଧ୍ୟରେ ଓଡିଶାରୁ ୫ଜଣ ଅଂଶ ଗ୍ରହଣ କରିବେ । ସେହି ୫ଜଣଙ୍କ ମଧ୍ୟରେ ଓଡିଶାର ସର୍ବ କନିଷ୍ଠ କ୍ରୀଡାବିତ୍ ଭାବେ ସାହଦତ୍ତ ଖାନ୍(୮ବର୍ଷ) ଏହି ପ୍ରତିଯୋଗିତାର ୫ହଜାର ମିଟର ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସାହଦତ୍ତ ହେଉଛନ୍ତି କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡ ଅଧିନ ଇମାମ୍ବାଡା ଗ୍ରାମର ଆଥଲେଟିକ କୋଚ୍ ସୌକତ ଖାନ୍ଙ୍କ ପୁଅ । କେନ୍ଦ୍ରାପଡା ଜିଲ୍ଲାରୁ ସାହଦତ୍ତଙ୍କ ସମେତ ବିଶ୍ୱଜିତ୍ ପଣ୍ଡା ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ଆମ ଜିଲ୍ଲା ତଥା ରାଜ୍ୟପାଇଁ ସୁନାମ ଅର୍ଜନ କରିବେ ବୋଲି କ୍ରୀଡାବିତ୍ମାନେ ଆଶାବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସାହାଦତ୍ତ ପୂର୍ବରୁ ବିଭିନ୍ନ ଜିଲ୍ଲା, ରାଜ୍ୟ ତଥା ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇସାରିଛନ୍ତି ।
ଉତ୍କଳ ସମ୍ମିଳନୀର ୧୨୧ତମ ପ୍ରତିଷ୍ଠା ଦିବସ ପାଳିତ


