ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡି.ୱାଇ. ପାଟିଲ ମୁମ୍ବାଇ ଓ ରେଲୱେ ପଶ୍ଚିମ ବଙ୍ଗ ବିଜୟୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୮ତମ ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ର ୩ୟ ଦିନରେ ୨ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜିର ମୁଖ୍ୟ ଆକର୍ଷଣ ଥିଲେ ଆର୍ନ୍ତଜାତୀୟ ଖେଳାଳୀ ପ୍ରବୀଣ ତାମ୍ବେ ଓ ଧିରେନ୍ ଘୋଷ । ପ୍ରଥମ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ଓ ଡି.ୱାଇ ପାଟିଲ ମୁମ୍ବାଇ ଏବଂ ୨ୟ ମ୍ୟାଚ୍ ରାଜସାହି ବାଙ୍ଗଲାଦେଶ ଓ ରେଲୱେ ପଶ୍ମିମବଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ରେ ଡି.ୱାଇ ପାଟିଲ ମୁମ୍ବାଇ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ୍ କରିଥିଲା । ଦଳ ପକ୍ଷରୁ ତନ୍ମୟ ମିଶ୍ରା ୫୧, ଆଇ.ପି.ଏଲ ଖେଳାଳୀ ପାର୍ଥ ସାହାଣୀ ୪୦ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ରୋନାଲ୍ଡ ଦାସ ୨, ପ୍ରଶାନ୍ତ ରାଣା ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ୟୁନିୟନ ସ୍ପୋଟିଂ କଟକ ୨୦ ଓଭରରେ ୯ ଉଇକେଟ ହରାଇ ୧୨୫ ରନ୍ କରିଥିଲା । ଦଳ ପକ୍ଷରୁ ନିର୍ନିମେଶ ଜେନା ୨୨, ସରବ କାନୋଜିଆ ୨୧ ରନ୍ କରିଥିଲେ । ପ୍ରତିପକ୍ଷର ଆଇ.ପି.ଏଲ ଖେଳାଳୀ ଇକବ୍ାଲ ଅବ୍ଦୁଲ୍ଲା ୪, ଆଇ.ପି.ଏଲ ଖେଳାଳୀ ଅମନ୍ ଖାନ୍ ୨ ଉଇକେଟ ନେଇଥିଲେ । ଆଇ.ପି.ଏଲ ଖେଳାଳୀ ଇକ୍ବାଲ ଅବଦୁଲ୍ଲାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ସୁଧାକର କୁଅଁର, ସନାତନ ଲେଙ୍କା, ବିଶ୍ୱଭାରତୀ ଶର୍ମା, ସୁବାଷ ସ୍ୱାଇଁ, ଅମରଜିତ୍ ସ୍ୱାଇଁ, ନବଘନ ରାଜ ଯୋଗ ଦେଇଥିଲେ । ୨ୟ ମ୍ୟାଚ୍ ରାଜସାହି ବାଙ୍ଗଲାଦେଶ ଓ ରେଲୱେ ପଶ୍ଚିମ ବଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଲୱେ ପଶ୍ଚିମ ବଙ୍ଗ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୬୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ହରିଶ ରାଣା ୮୦ ଓ ରାହୁଲ ଭଗତ ୫୮ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ସବୀର ଅହେମ୍ମଦ ୨ ଓ ସଞ୍ଜୀବ ସାହାଦୀପ ୧ ଉଇକେଟ ନେଇଥିଲେ । ଜବାବରେ ରାଜସାହି ବାଙ୍ଗଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୪ ରନ୍ କରିଥିଲା । ଫଳରେ ରେଲୱେ ପଶ୍ଚିମ ବଙ୍ଗ ୧୬ ରନ୍ରେ ବିଜୟୀ ହୋଇଥିଲା । ରାଜସାହି ବାଙ୍ଗଲାଦେଶ ପକ୍ଷରୁ ଜାହିଦ୍ ଜାଭେଦ ୪୪ ଓ ରୁପମ୍ ନୋନ୍ଡି କ୍ରି ୨୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ବିକାଶ କୁମାର ୩ ଓ ସଚୀନ କୁମାର ୨ ଉଇକେଟ ନେଇଥିଲେ । ରେଲୱେ ପଶ୍ଚିମ ବଙ୍ଗର ହର୍ଷ ରାଣାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଆଜିର ୧ମ ମ୍ୟାଚକୁ ଅମ୍ପାୟର ଲଲାଟ କେଶରୀ ନନ୍ଦ, ଅଶୋକ ଜେନା ଓ ୨ୟ ମ୍ୟାଚକୁ ୟାକତ୍ ଅଲ୍ଲୀ, ଶରତ ଜେନା ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ପବିତ୍ର ନାୟକ, ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ୍ ଦାୟୀତ୍ୱ ତୁଲାଇଥିଲେ । ୨ୟ ମ୍ୟାଚ୍ର ପୁରସ୍କାର ବିତରଣ ସଭାରେ ବିଡିଓ ପ୍ରଦୀପ କୁମାର ସେଠୀ, ଶ୍ରଦ୍ଧା ସୁମନ ନାଥ, ସରପଞ୍ଚ ସଂଗ୍ରାମ ଜେନା, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ରମେଶ ଜେନା, ମନମୋହନ ସାହୁ, ରମାକାନ୍ତ ପାଣିଗ୍ରାହୀ, ସୁଧାକର ଧଳ, ରମେଶ ବେହୁରା ଯୋଗ ଦେଇଥିଲେ । ଆସନ୍ତାକାଲିର ମ୍ୟାଚ୍ ଡି.ୱାଇ. ପାଟିଲ ମୁମ୍ବାଇ ଓ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ଏବଂ ୨ୟ ମ୍ୟାଚ୍ ରାଜସାହି ବାଙ୍ଗଲାଦେଶ ଓ ଭି.ଟି.ସି.ଏ ନାଗପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ସୂଚନା ଦେଇଛନ୍ତି । ଆଜିର ଖେଳରେ ପ୍ରକାଶ ରାଉତ, ସୁରେନ୍ଦ୍ର ନାୟକ, ମନୋଜ ଜେନା, ଦୀପକ ଜେନା, ବାପୁ ବିଶ୍ୱାଳ, ଗୋବିନ୍ଦ ଧଳ, ପ୍ରକାଶ ସ୍ୱାଇଁ, ସୁଶାନ୍ତ ନାୟକ, ହିମାଂଶୁ ବେହେରା, ସନ୍ତୋଷ ଧଳ, ପବିତ୍ର ପୃଷ୍ଟି, ପବିତ୍ର ନାୟକ, ମାନସ ପୁହାଣ, ବବୁଲ ସ୍ୱାଇଁ, ମଳୟ କୁଅଁର, ମଣ୍ଟୁ ଲେଙ୍କା, ଦୀପୁ ରାଉତ, ପ୍ରକାଶ ରାଉତ ସହଯୋଗ କରିଥିଲେ ।