ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ଫାଇନାଲରେ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ପକ୍ଷରୁ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ୨୮ତମ ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ର ୫ମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଭି.ଟି.ସି.ଏ ନାଗପୁରକୁ ହରାଇ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ଫାଇନାଲକୁ ପ୍ରବେଶ କରିଛି । ଭି.ଟି.ସି.ଏ ନାଗପୁର ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୯୧ ରନ୍ କରିଥିଲା । ଦଳ ପକ୍ଷରୁ ଆଗରା କୋହଲି ୨୬ ଓ ସୁନିକେତ ବିଙ୍ଗେୱର ୧୦ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଜେ.ଶୁଭିତ୍ ୪ ଓ ସୁବୋଧ ଭାଟ୍ଟି ୨ ଉଇକେଟ ନେଇଥିଲେ । ଜବାବରେ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ୧୬.୪ ଓଭରରେ ୬ ଉଇକେଟ ହରାଇ ୯୫ ରନ୍ କରି ବିଜୟଲାଭ କରିଥିଲା । ଦଳ ପକ୍ଷରୁ କରନ୍ କାଇଲା ୨୨ ଓ ଜିତେଶ ସରୋହା ୧୫ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଦିନେଶ କୁମାର ୧ ଓ ଜିଆଉଲ ହକ୍ ୧ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଜେ.ସୁଚିତ ବିବେଚିତ ହୋଇଥିଲେ । ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି, ଭାଷ୍ୟକାର ଭାବେ ପବିତ୍ର ନାୟକ, ସଞ୍ଜୟ ମଜୁମଦାର, ନାରାୟଣ ସାହୁ, ଆଜାରୁଦ୍ଦିନ୍, ସ୍କୋରର ଭାବେ ନିରନେକ ଘୋଷ, ହରିଶ ମୁଖୀ ଓ ମ୍ୟାଚ୍ ରେଫରୀ ଭାବେ ଅଭିଜିତ୍ ସ୍ୱାଇଁ ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିହାରିକା ରାଉତ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ପ୍ରଣବ କିଶୋର ଲେଙ୍କା, ଅସିତ୍ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପ୍ରଦ୍ୟୁମ୍ନ ସାହୁ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଅଧ୍ୟାପକ ପ୍ରଶାନ୍ତ ବେହେରା, ଅଶୋକ ଦାସ, ଶାନ୍ତନୁ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଖେଳ ପରିଚାଳନାରେ ପ୍ରକାଶ ସ୍ୱାଇଁ, ପର୍ଶୁରାମ ସାହୁ, ଧନେଶ୍ୱର ଧଳ, ବାପୁ ବିଶ୍ୱାଳ, ଗୋବିନ୍ଦ ଜ୍ୟୋତି ଧଳ, ଲକ୍ଷ୍ମୀଧର ବିଶ୍ୱାଳ, ସନ୍ତୋଷ ଧଳ, ଶଙ୍କର୍ଷଣ ଧଳ, ସୁରେନ୍ଦ୍ର ନାୟକ, ମଣ୍ଟୁ ଲେଙ୍କା, ସୁବ୍ରତ ପୃଷ୍ଟି, ପ୍ରସନ୍ନଜିତ୍ ରାଜ ସହଯୋଗ କରିଥିଲେ । ଆସନ୍ତାକାଲିର ୨ୟ ସେମିଫାଇନାଲ ମ୍ୟାଚ୍ ଡି.ୱାଇ.ପାଟିଲ ମୁମ୍ବାଇ ଓ ଆଦ୍ରା ରେଲୱେ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ।